ହେଡଲାଇନସ୍:

 ପଦ୍ମପୁର ବ୍ଳକର ଆଇସିଡିଏସ ପ୍ରକଳ୍ପ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) - କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା  ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ତିନି ମାସର ଦରମା ପ୍ରଦାନ କରିଛନ୍ତି । ପଦ୍ମପୁର ବ୍ଳକର ସମନ୍ମିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର କର୍ମଚାରୀ ମାନେ ମିଶି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ ରାଶି ପ୍ରଦାନ କରିଛନ୍ତି । ସିଡିପିଓ ସୁନୀତି ଦେବତା ଓ ସମସ୍ତ ସୁପରଭାଇଜର ଆଜି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ ଜରିଆରେ ୯୬,୦୦୦ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି ।

0
0
0
s2sdefault