ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ଲଢ଼ାଇରେ ଅବତ୍ତୀର୍ଣ୍ଣ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ସ୍ଥାନୀୟ ଏମପିସି(ସ୍ୱୟଂ ଶାସିତ) ମହାବିଦ୍ୟାଳୟରେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଆଇସୋଲେସନ କନେ୍ଦ୍ର । ଲକ୍ ଡ଼ାଉନ ସମୟରେ ନିଜ ଜୀବନକୁ ବିପ୍ନ କରାଇ ଭୋକ ଉପବାସରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ବିଭିନ୍ନ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ସିଧାସଳଖ ଭାବେ ଆସୁଛନ୍ତି । ତେଣୁ ସେମାନଙ୍କ ଶରୀରରେ କୋଭିଡ଼-୧୯ ଭୂତାଣୁ ପ୍ରବେଶ କରିବା ସହଜ । ଯଦି କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀଙ୍କ ଶରୀରରେ କରୋନା ସମ୍ପର୍କୀତ ଲକ୍ଷଣ ପ୍ରକାଶ ପାଏ ତେତେ ତାଙ୍କୁ ଏହି ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ରରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏମପିସି ମହାବିଦ୍ୟାଳୟର ଗୋଟାଏ ଅଂଶରେ ଏହି କେନ୍ଦ୍ର ଖୋଲା ଯାଇଥିବାର ଜଣାପଡ଼ିଛି । ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ବାରିପଦା ଗସ୍ତ ପରେ ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇ ଆଜି ଡ଼ିଜି ଅଭୟଙ୍ଗ ଗସ୍ତ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଛି । ପ୍ରକାଶ ଥାଉକି, ବାରିପଦାଠାରେ ପୁରୁଷ ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ୩ଟି ଓ ମହିଳା କର୍ମଚାରୀମାନଙ୍କ ନିମନ୍ତେ ଗୋଟାଏ ବାରାକ୍ ରହିଥିବା ବେଳେ ଏଥିରେ ଶତାଧିକ ପୁଲିସ କର୍ମଚାରୀ ରହୁଛନ୍ତି । ଆଜି ଡପୁଲିସ ମହାନିଦେ୍ର୍ଧଶକ ଶ୍ରୀଅଭୟ ତାଙ୍କର ବାରିପଦା ଗସ୍ତ ସମୟରେ ଏହି ବାରାକ୍ ପରିଦର୍ଶନରେ ଆସି ପୁଲିସ କର୍ମଚାରୀମାନଙ୍କ ସହିତ ସିଧାସଳଖ ଭାବେ ଆଲୋଚନା କରିଥିବାର ପରିଲକ୍ଷିତ ହୋଇଥିଲା ।
ରାଜ୍ୟ
ଏମପିସି(ସ୍ୱୟଂ ଶାସିତ) କଲେଜରେ ପ୍ରସ୍ତୁତ ହେଲା ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ କେନ୍ଦ୍ର
- Hits: 242