କରୋନା ପାଇଁ ସହାୟତା : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଦେଲା ନିଳାଦ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) : ମାରାତ୍ମକ କରୋନା ଭୂତାଣୁର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଅନେକ ବ୍ୟକ୍ତି ଓ ସଂସ୍ଥା ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ବଡ଼ବିଲର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ନିଳାଦ୍ରୀର ସଭାପତି ଶାନ୍ତନୁ କୁମାର ଦାଶ, ସମ୍ପାଦକ କପିଳ ମହାନ୍ତି ଓ କୋଷାଧ୍ୟକ୍ଷ କବିନ୍ଦ୍ର କୁମାର ରଥ ଗତକାଲି ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ  ଚେକ ପ୍ରଦାନ କରିଥିବାର ଜଣା ପଡ଼ିଛି।

0
0
0
s2sdefault