ଚର୍ଚାରେ ପାଣ୍ଡିଆନଙ୍କ ସମୟୋପଯୋଗୀ ଭିଡିଓ, ହେଉଛି ଭାଇରାଲ (ଦେଖନ୍ତୁ ଭିଡିଓ . )

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

୧୯୩୫ ମସିହା ଜାନୁଆରୀ ମାସର ଏକ ଶୀତୁଆ ରାତିରେ ନ୍ୟୁୟର୍କ ଅଦାଲତର ବିଚାର | ଉଚ୍ଚପଦସ୍ଥ ଅଧିକାରୀ ଯେପରି ଏହି କାହାଣୀ ଜିଲ୍ଲାପାଳଙ୍କ ପାଇଁ ଅତ୍ୟନ୍ତ ସମୟୋପଯୋଗୀ | ଜଣେ ଅତ୍ୟନ୍ତ ଦୁଖୀ ବୃଦ୍ଧ ମହିଳା ଖଣ୍ଡେ ରୁଟି ଚୋରି ଅଭିଯୋଗରେ ଅଦାଲତରେ ବିଚାର ପାଇଁ ଉପସ୍ଥିତ ଥିଲେ | ସେହି ରାତିର ବିଚାରପତି ନ୍ୟୁୟର୍କ ସହରର ମେୟର ଫିଓରିଲୋ ଲା ଗାର୍ଡିଆ ବିଚାରାଧୀନ ବୃଦ୍ଧାଙ୍କୁ ପଚାରିଥିଲେ " କଣ ଆପଣ ରୁଟି ଚୋରି କରିଛନ୍ତି " !! ବୃଦ୍ଧା ମହିଳା ଜଣକ ମୁଣ୍ଡ ତଳକୁ କରି କହିଲେ " ଏହା ସତ୍ୟ , ମହାଶୟ ମୁଁ ରୁଟି ଚୋରି ଚୋରି କରିଛି"

ଆଉ ତାପରେ ଯାହା ବିଚାର ହେଲା ଓ ଯାହା ନିସ୍କର୍ଷ ବାହାରିଲା ତାହା ଥିଲା ଐତିହାସିକ | ବାସ୍ତବିକ ଭାବନା ଉଦ୍ରେକକାରୀ | ଆଉ କେମିତି ଆମର ଉଦାସୀନତା ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହୋଇପାରନ୍ତି ତାହା ପ୍ରଦର୍ଶିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଜାରିକରିଥିବା ସମୟୋପଯୋଗୀ ଭିଡିଓରେ | ଶେଷରେ ନିଜ ନିଷ୍କର୍ସ ବା ଅନୁଭବରେ ଲେଖିଛନ୍ତି  " ଭାରତର ସଶକ୍ତ ଜିଲାପାଳ  (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍  ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ । ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ । ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ । " 

ଦେଶରେ ସର୍ବୋପରି ରାଜ୍ୟରେ କରୋନା ଭଳି ତିରୋଟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶ୍ରୀ ପାଣ୍ଡିଆନଙ୍କ ଏହି ଭିଡିଓରେ ସମସ୍ତଙ୍କ ଦାୟିତ୍ୱ ଆଉ ଉତ୍ତରଦାୟିତ୍ୱ ଆଡକୁ ଇଙ୍ଗିତ ହୋଇଛି | ଏକ ଇଙ୍କଲ ସମସ୍ତଂକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛି |

0
0
0
s2sdefault