ହେଡଲାଇନସ୍:

ମୟୂରଭଞ୍ଜ: ଲକ୍ ଡାଉନ ସମୟରେ ଅସହାୟ ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ/ ରେସନ୍ ସାମଗ୍ରୀ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  କ୍ରମେ ଲକ୍ ଡାଉନ ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାରେ ଥିବା ଅତି ଗରିବ, ନିସ୍ୱ ଅସହାୟ ଶାରିରୀକ ଦୁର୍ବଳ, ଭିକ୍ଷୁକ/ମାନସିକ  ବିକୃତ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଅଛି । ବିଶେଷ କରି ଉପରୋକ୍ତ ଲୋକମାନଙ୍କୁ ଦୈନନ୍ଦିିନ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯିବା ଦିଗରେ ବିଶେଷ ଦୃଷ୍ଟି ଦେଇ ଜିଲ୍ଲାର ୨୬ଟି ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମାଂଚଳ ଓ ୪ଟି ସହରାଂଚଳର ବିଭିନ୍ନ ୱାର୍ଡରେ ୧୩/୦୪/୨୦୨୦ରିଖ ସୁଦ୍ଧା ମୋଟ୍ ୧,୮୦,୯୫୯ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଅଛି । ଏଥିରେ ୧,୬୪,୧୭୭ ବୟସ୍କ ଲୋକ ଏବଂ ୧୬,୭୮୨ଜଣ ପିଲା ରହିଛନ୍ତିି । ସେହିପରି ଜିଲ୍ଲାର ଲକ୍ ଡାଉନ ସମୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ୨୬ ବ୍ଲକ ୪ ସହରାଂଚଳର ୫୪ଟି ବିଭିନ୍ନ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ରଖାଯାଇ ରନ୍ଧାଖାଦ୍ୟ / ଶୁଖିଲା ରେସନ୍ ସାମଗ୍ରି ମାଗଣାରେ ବଣ୍ଟନ କରାଯାଉଅଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ପ୍ରତି ମଧ୍ୟ ସ୍ୱତନ୍ତ୍ର ସଭେଲିଆନ୍ ଟିମ୍ ଦ୍ୱାରା ତଦାରଖ କରାଯାଉଅଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।  

0
0
0
s2sdefault