ହେଡଲାଇନସ୍:

ସ୍ବେଛାସେବୀମାନଙ୍କ ଦ୍ୱାରା  ମାସ୍କ, ସେନିଟାଇଜର ଓ ସାବୁନ ବଣ୍ଟନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି/ ନିରାକାର ମେହେର : ବର୍ତମାନ ଆମ ଦେଶ ତଥା ଅନ୍ୟ ଦେଶ ମାନଙ୍କରେ  ଭାରତ ରେ ମହାମାରୀ କରୋନା ର ଭୟାବହ ହୋଇ ବଢୁଥିବା ବେଳେ,  ଏହାକୁ ରୋକିବା ପାଇଁ ଆମ ଦେଶ ର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର  ଲୋକଙ୍କୁ ସଚେତନତା ବାର୍ତ୍ତା ଜଣାଇଥିବା  ବେଳେ, ସହାୟତା ର ହାତ ବଢ଼େଇବା ପାଇଁ ସୂଚନା ମଧ୍ୟ  ଦେଉଛନ୍ତି | ଏହି ସବୁ କଥା କୁ ଆଖି ଆଗରେ ରଖି ବର୍ତମାନ ନୂଆପଡା ଜିଲ୍ଲା ସିନାପାଲି ଗ୍ରାମ ର ଶିବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସମ୍ପାଦିକା -ଲୁନା ମେହେର, ସଭାନେତ୍ରୀ -ରେବତୀ ସାହୁ, ସଭ୍ୟା -କେତକୀ ମେହେର, ସୀତାଞ୍ଜଳୀ ପାତ୍ର, ଯଶୋଦା ମେହେର, ରତନେ ମେହେର, ଶକୁନ୍ତଳା ମେହେର, ଖୁଦମନି ମେହେର, କବିତା ସାହୁ, ଯମୁନା ମେହେର ଙ୍କ ଉପସ୍ଥିତି ରେ ଆଜି ଗରିବ ଲୋକଙ୍କୁ ମାଗଣା ରେ ସାବୁନ, ସେନିଟାଇଜର, ଓ ମାସ୍କ ବଣ୍ଟନ କରିଥିଲେ | ଲୋକଙ୍କୁ ସଚେତନତା ର ବାର୍ତ୍ତା ସହ ଜଣାଇଥିଲେ ଯେ ଘରକୁ ବାହାରକୁ ଗଲେ ମୁହଁ ରେ ମାସ୍କ ଲେଗେଇବ ଓ ବାହାରୁ ଘରକୁ ଆସିଲେ ସାବୁନ ରେ ହାତ ଧୋଇବ ଓ ସବୁସମୟରେରେ ସଫା ସୁତୁରା ପ୍ରତି ଧ୍ୟାନ ଦେବା ପାଇଁ ଲୋକଙ୍କୁ ବୁଝାଇ ଥିଲେ  |

0
0
0
s2sdefault