ହେଡଲାଇନସ୍:

ନାଁକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ଓଡ଼ଗାଁରେ ସ୍ୱାସ୍ଥ୍ୟସେବା ନାଁରେ ଏଠି ଧର୍ମକୁ ଆଖିଠାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଓଡ଼ଗାଁ ଏନଏସି, ରାବରା, ଭାଡ଼ିକିଳା, ଶରଧାପୁରୁ, ସାକେରୀ, ରବିଗାଡ଼ିଆ, କୁରାଳ, ରୋହିବାଙ୍କ, ପାଣ୍ଡେରିପଡା, ସୁନାମୁହିଁ, ରଙ୍ଗଣୀପାଟଣା, ପନ୍ତିଖାରୀ ଇତ୍ୟାଦି ପଂଚାୟତ ସହିତ ବାହାଡାଝୋଲା ଅଂଚଲର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ଏଠି ଭିତ୍ତିଭୂମି  ରହିଛି । କିନ୍ତୁ ଡାକ୍ତର ଅଭାବରୁ ଏହାର ଉପଯୋଗ ସଠିକ୍ ଭାବରେ ହୋଇ ପାରୁନାହିଁ । ଏହା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାରେ ୧୦ଟି ସ୍ଥାୟୀ ଶଯ୍ୟା  ରହିଥିବା ବେଳେ ରୋଗୀ ରହିନଥାନ୍ତିି । ଏଠାରେ ପ୍ରସୁତି କେନ୍ଦ୍ର ଅଛି ବିଭାଗୀୟ ବିଶେଷଜ୍ଞ ଡାକ୍ତର ନାହାନ୍ତି । ପ୍ରତିମାସ ୯ ତାରିଖରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ହୁଏ । କିନ୍ତୁ ବିଶେଷଜ୍ଞ ଡାକ୍ତରଙ୍କ ବଦଳରେ ସାଧାରଣ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା  କରାଯାଇଥାଏ । ଡାକ୍ତରଖାନାରେ ଭେଷଜ, ଶିଶୁରୋଗ ଓ ସର୍ଜରୀ ବିଶେଷଜ୍ଞ ପଦବୀ ବହୁ ଦିନଧରି ଖାଲିପଡିଛି । ବର୍ତମାନର କରୋନା ସଂକ୍ରମଣର ଭୟାବହତା  ଦେଖିଲା ବେଳକୁ ଲୋକଙ୍କ ମନରେ ଶଙ୍କା ଉପୁଜୁଛି । ହେଲେ ଓଡ଼ଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଜଣେ ମେଡିକାଲ ଅଫିସରଙ୍କୁ ମିଶାଇ  ୫ଜଣ ଡାକ୍ତରଙ୍କର ଆବଶ୍ୟକତା ରହିଥିବା ବେଳେ ଜଣେ ଡାକ୍ତରଙ୍କ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ର ପରିଚାଳିତ ହେଉଛି । ଏଠାକୁ ପ୍ରତି ଦିନ ୧୫୦ ରୁ ୨ଶହ ରୋଗି ଚିକିତ୍ସା  ପାଇଁ ଆସୁଥିବା ବେଳେ ରୋଗୀ ରଖିବାକୁ ଚାହୁଁନଥିବାରୁ ଗୁରୁତର ନାଁରେ ଆମ୍ବଲାନ୍ସ ମାଧ୍ୟମରେ କେବଳ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇ ଥାଏ । 

0
0
0
s2sdefault