ହେଡଲାଇନସ୍:

ଲକ ଡାଉନ ଭିତରେ ଲୋକଙ୍କ ସେବାରେ ରେଳ ମନ୍ତ୍ରଣାଳୟ : ଜାରି ରଖିଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହଳଦିଆରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା କଟକ ରେଳ ଷ୍ଟେସନରେ ଆସି ପହଁଚିଲା ୯୬ .୨୧୩ କାର୍ଟୁନ ଖାଇବା ତେଲ 

ଭୁବନେଶ୍ୱର(ଶାସକ ପ୍ରଶାସକ) ;କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ କରୁଅଛି I  ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି I   ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି I   

ଆଜି ପଶ୍ଚିମ ବଙ୍ଗ ହଳଦିଆ ପୋତାଶ୍ରୟ ଠାରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା ୯୬ ହଜାର ୨୧୩ କାର୍ଟୁନ (ଯାହାର ଆନୁମାନିକ ଓଜନ ହାରାହାରି ୯୧୯ ଟନ) ଖାଇବା ତେଲ କଟକ ଷ୍ଟେସନ ଠାରେ ପହଞ୍ଚିଛି I  " ଆପଣ ଘରେ ରୁହନ୍ତୁ, - ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ " ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କର୍ତବ୍ୟରତ I

0
0
0
s2sdefault