ହେଡଲାଇନସ୍:

ଦୁଇ କରନା ରୋଗୀ ଚିହ୍ନଟ ହେବାପରେ ଇସ୍ପାତ ନଗରୀ ଓ ସୁନ୍ଦରଗଡ ଜିଲ୍ଲାରେ ବଢୁଛି ଚିନ୍ତା 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ :- ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ନେଇ ଜିଲ୍ଲାର ରାଉରକେଲା, ବିଶ୍ରା, ସୁନ୍ଦରଗଡ ଆଦି ଅଂଚଳରେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି | 

 ଓଡ଼ିଶାର ୫୧ ନମ୍ବର ଆକ୍ରାନ୍ତ ହେଉଛନ୍ତି ସୁନ୍ଦରଗଡ଼  ବିଶ୍ରାର ୬୭ ବର୍ଷର ବ୍ୟକ୍ତି । ତାଙ୍କର ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ୍ ଅଛି । ମାର୍ଚ୍ଚ ୫ ରେ ଉତ୍କଳ ଏକ୍ସପ୍ରେସ୍ ଯୋଗେ ରାଉରକେଲା ଛାଡ଼ିଥିଲେ |  ୬ ରୁ ୧୦ ତାରିଖ ସେ ଥିଲେ ଦିଲ୍ଲୀ ନିଜାମୁଦ୍ଦିନରେ  । ମାର୍ଚ୍ଚ ୧୦ ରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଯେଗେ ନିଜାମୁଦ୍ଦିନ୍ ରୁ ବିଳାସପୁର ଆସି ସେଠାରୁ  ଅନ୍ୟ ଟ୍ରେନ୍ ଯୋଗେ ରାଉରକେଲା ଷ୍ଟେସନ୍ ରେ ପହଞ୍ଚିଥିଲେ । ଷ୍ଟେସନ୍ ରୁ ଏକ ଯାତ୍ରୀବାହୀ ଅଟୋ ଯୋଗେ ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୨ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ସେ ବିଶ୍ରାରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଥିଲେ । ଏପ୍ରିଲ୍ ୨ ରେ ତାଙ୍କୁ ରାଉରକେଲାସ୍ଥିତ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅଣାଯାଇ ୧୧ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ୧୧ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।

 ସେହିପରି ୫୨ ନମ୍ବର ଆକ୍ରାନ୍ତ ୧୮ ବର୍ଷର ଯୁବକ ସୁନ୍ଦରଗଡ଼ ବିଶ୍ରାର । ମାର୍ଚ୍ଚ ୧୦ ରେ ସେ ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବେଳେ  ମାର୍ଚ୍ଚ ୧୦ ରେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଆସିଥିଲେ । ମାର୍ଚ୍ଚ ୧୧ ତାରିଖରେ ସେ ରାଉରକେଲାରେ ପହଞ୍ଚି ଏକ ଅଟୋ ଧରି ବିଶ୍ରା ଆସିଥିଲେ । ମାର୍ଚ୍ଚ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ବିଶ୍ରାର ଆସିୟାନା ମସଜିଦ୍ ରେ ରହିଥିଲେ । ମାର୍ଚ୍ଚ ୧୪ ରୁ ଏପ୍ରିଲ୍ ୫ ପର୍ଯ୍ୟନ୍ତ ସୁନ୍ଦରଗାଁ ବାନର  ନିକଟସ୍ଥ ମସଜିଦ୍ ରେ ରହିଥିଲେ । ଏପ୍ରିଲ୍ ୫ ରେ ତାଙ୍କୁ ଅଣାଯାଇ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା  । ସେଠାରେ ୧୧ ତାରିଖ ପର୍ଯ୍ୟନ୍ତ ରହିଥିଲେ । ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଚିକିତ୍ସା ପାଇଁ ୧୧ ତାରିଖ ଦିନ ରାଉରକେଲା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା |

0
0
0
s2sdefault