ହେଡଲାଇନସ୍:

ମେଲଛାମୁଣ୍ଡା ସାପ୍ତାହିକ ହାଟ ବୁଲିଲେ ଉପ ଜିଳ୍ଳାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ)ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସାପ୍ତାହିକ ହାଟକୁ ରବିବାର ସକାଳେ ପଦମପୁର ଉପଜିଳ୍ଳାପାଳ ତନ୍ମୟ ଦରଓାନ ବୁଲିକି ଦେଖିଛନ୍ତି । ଉପଜିଲ୍ଳାପାଳ ହାଟକୁ କିଣା ବିକା କରିବା ପାଇଁ ଆସିଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଅନୁଧ୍ୟାନ କରିବା ସହ ହାଟକୁ ଆସୁଥିବା କିରାନା ଦୋକାନ ସବୁକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । ଗାଁ ଗହଲିରେ କିରିନା ଦୋକାନ ସବୁ ଖୋଲା ରହିବା ସହ ସମସ୍ତ ନିତ୍ୟ ଆବଶ୍ୟକ ସାମଗ୍ରୀ ହାତ ପାହାନ୍ତାରେ ମିଳୁଥିବାରୁ ସାପ୍ତାହିକ ହାଟରେ କିରାନା ଦୁକାନ ଖୋଲି ଅଯାଥା ଭିଡ ନ କରିବା ବିଷୟ ଉପଳବ୍ଧି କରିଥିଲେ । ଉପଜିଲ୍ଳାପାଳଙ୍କ ସହିତ ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣି ଗୋଛାୟତ ଉପସ୍ଥିତ ରହି ସାପ୍ତାହିକ ହାଟରେ ଲୋକଙ୍କ ମଧ୍ୟରେ କିପରି ସାମାଜିକ ଦୂରତ୍ୱ ବଜାୟ ରହିବ ସେ ବିଷୟରେ ଆଲୋଚନା କରିଥିଲେ । ପରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ପାଇଁ ତିଆରି ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ମଧ୍ୟ ବୁଲି ଦେଖିଥିଲେ । ପ୍ରକାଶ ଯୋଗ୍ୟ ଯେ ପ୍ରତି ରବିବାର ଦିନ ମେଲଛାମୁଣ୍ଡା ଥାନା ଅଂଚଳର ଲୋକଙ୍କ ପାଇଁ ଏକ ସାପ୍ତାହିକ ହାଟ ବସିଥାଏ । ଏହି ହାଟରେ ଲୋକେ ସପ୍ତାହକର ସମସ୍ତ ଆବଶ୍ୟକ ସାମଗ୍ରୀ କିଣା ବିକା କରିଥାଆନ୍ତି । ଲକଡାଉନ ଘୋଷଣା ହେବା ଦିନରୁ ରବିବାର ସକାଲ ୭ଟାରୁ ୯ଟା ପର୍ଯ୍ୟନ୍ତ କେବଳ ପନିପରିବା ବିକ୍ରୟ ପାଇଁ ସ୍ଥିର ହୋଇଛି ।

0
0
0
s2sdefault