ହେଡଲାଇନସ୍:

ଏସପିଙ୍କ ମାତ୍ରାଧିକ  କାର୍ଯ୍ୟାନୁଷ୍ଠାନ ଅଭିଯୋଗ : ପ୍ରତିବାଦରେ ପରିବା ମାର୍କେଟ ବନ୍ଦ-ଏପ୍ରିଲ ୧୨ରୁ ସ୍ୱଭାବିକ ଭାବେ ଚାଲୁ ରହିବ ପରିବା ମାର୍କେଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଲୋଚନା ପରେ ମାର୍କେଟ ବ୍ୟବସାୟୀଙ୍କ ଦାବିକୁ ମାନିବାକୁ ବାଧ୍ୟ ହେଲା ପୋଲିସ 

ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱରେ ରହିବେ ପୁଲିସ

ଫେରିବା ରାସ୍ତାରେ ପରିବା ବ୍ୟବସାୟୀମାନଙ୍କୁ ହଇରାଣ କରାଇବେ ନାହିଁ ପୁଲିସ

ବାରିପଦା(ଦିଲ୍ଲୀପ ମହାନ୍ତି)- ଏପ୍ରିଲ ୧୦ ବାରିପଦା କଚେରୀ ପରିବା ମାର୍କେଟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରିବା ସହିତ  ମାର୍କେଟ ବ୍ୟବସାୟୀ ସଙ୍ଘର ଦୁଇ ଜଣ କର୍ମକର୍ତ୍ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ଓ ପରବର୍ତ୍ତି ସମୟରେ ଛାଡ଼ି ଦେବା ଆଦିକୁ ନେଇ ପରିବା ମାର୍କେଟ ବ୍ୟବସାୟୀ ସଙ୍ଘ ପକ୍ଷରୁ  ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମାର୍କେଟକୁ ବନ୍ଦ ଘୋଷଣା କରିଥିଲେ । ଫଳରେ ଆଜି କଚେରୀ ପରିବା ମାର୍କେଟକୁ ଗ୍ରାମାଞ୍ଚଳରୁ ହାତଗଣତି କିଛି ପରିବା ବିକାଳୀ ସହିତ ୨ ଜଣ ଆଳୁ, ପିଆଜ ବ୍ୟବସାୟୀ ଦୋକାନ ମେଲାଇ ବସିଥିଲେ । ଏହା ଦେଖିବା ପରେ ପୁଲିସର ଚେତା ପଶିଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନୁ୍ୟ ନାୟକ ଓ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରମୁଖ ପହଁଞ୍ଚି ପରିବା ମାର୍କେଟ ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବ୍ୟବସାୟୀମାନେ ମାର୍କେଟକୁ ଆସୁଥିବା ଗ୍ରାହକମାନଙ୍କ ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେଇଥିଲେ ଏବଂ ପୁଲିସ ଏହି ଦାୟିତ୍ୱ ଉଠାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ସାଧାରଣତଃ ଜିଲ୍ଲା ତଥା ବାହାର ଜିଲ୍ଲାଗୁଡ଼ିକରୁ ଚାଷୀମାନେ ସକାଳ ୫ରୁ ୬ ମଧ୍ୟରେ ସେମାନଙ୍କର ଉପôାଦିତ ପରିବାକୁ ପିକ୍ ଅପ୍, ଟ୍ରକ ଆଦିରେ ଧରି ମାର୍କେଟ ପରିବା ଗୋଦାମରେ ଦେବା ପରେ  ୬ରୁ ୭ ମଧ୍ୟରେ ପ୍ରାୟ ୩୬୦ରୁ ଅଧିକ ବ୍ୟବସାୟୀମାନେ ଆସି ପରିବା ଗୋଦାମରୁ ପରିବା ନିଲାମରେ ଭାଗ ନେଇ ବ୍ୟବସାୟ ଆରମ୍ଭ କରିଥାନ୍ତି । ତେଣୁ ପରିବା ଗୋଦାମକୁ ଦିନ ୧୦ ପର୍ଯ୍ୟନ୍ତ ଖୋଲା ରଖିବା ଏବଂ ମାର୍କେଟରେ ପରିବା ଧରି ବସୁଥିବା ବ୍ୟବସାୟୀମାନେ ୧୨ଟା ପର୍ଯ୍ୟନ୍ତ ପରିବା ବିକ୍ରି କରିବା ନିମନ୍ତେ ସର୍ତ୍ତ ରଖିଥିଲେ । ସେହିପରି ଗ୍ରାମାଞ୍ଚଳଗୁଡ଼ିକରୁ ଆସୁଥିବା ପରିବା ବ୍ୟବସାୟୀମାନେ ଘରକୁ ଫେରିଯିବା ସମୟରେ ପୁଲିସ ହାବୁଡ଼ରେ ପଡ଼ି ମାଡ଼ଛାଟ ଖାଉଛନ୍ତି । ତେଣୁ ମାର୍କେଟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସେମାନଙ୍କୁ ଦିଆଯାଇଥିବା ପରିଚୟ ପତ୍ରକୁ ପୁଲିସ ଦେଖି ଛାଡ଼ି ଦିଅନ୍ତୁ ଅଥବା ପୁଲିସ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ । ପୁଣି, ପୁଲିସ ବିଭାଗର ଆଇନ କାନୁନରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଏହି ସମସ୍ତ ସୂଚନାକୁ ପୁଲିସ ବିଭାଗର ସମସ୍ତ ପଦାଧିକାରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ଅବଗତ କରାଯାଉ ବୋଲି ଜଣାଇ ଦେଇଥିଲେ । ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାମାନଙ୍କ ନିକଟରୁ ସମସ୍ତ ସର୍ତ୍ତ ବିଷୟରେ ଅବଗତ ହୋଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନାୟକ ପୁଣି ମଧ୍ୟାହ୍ନ ଗୋଟାଏ ସମୟରେ ଆଲୋଚନାରେ ବସିବେ ବୋଲି କହି ଫେରି ଯାଇଥିଲେ । ଠିକ୍ ଗୋଟାଏ ସମୟରେ ବ୍ୟବସାୟୀ ସଙ୍ଘର ରବୀନ୍ଦ୍ର କର, ସୁଶାନ୍ତ ସାହୁ, ଗୌତମ ଘଡେ଼ଇଙ୍କୁ ନେଇ ଏକ ୩ ଜଣିଆ ପ୍ରତିନିଧି ଦଳ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଶେଷରେ ପରିବା ମାର୍କେଟ ବ୍ୟବସାୟୀ ସଙ୍ଘର ସମସ୍ତ ସର୍ତ୍ତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନାୟକ ଗ୍ରହଣ କରି ନେବା ପରେ ଏପ୍ରିଲ ୧୨ରୁ ପରିବା ମାର୍କେଟ ସ୍ୱଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ସଙ୍ଘ କର୍ମକର୍ତ୍ତା ରବୀନ୍ଦ୍ର କୁମାର କର  ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ଭୂତାଣୁ କୋଭିଡ଼-୧୯ର ସଫଳ ମୁକାବିଲା କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ  ୨ ମିଟରର ବ୍ୟବଧାନ ରକ୍ଷା କରିବାକୁ ନିର୍ଦ୍ଦେଶ  ଦିଆଯାଇଥିବା ବେଳେ ଏହାକୁ ପାଳନ କରିବା କ୍ଷେତ୍ରରେ ବାରିପଦା କଚେରୀ ପରିବା ବ୍ୟବସାୟୀ ଓ ଗ୍ରାହକମାନେ  ପ୍ରସ୍ତୁତ ନଥିଲେ । ଫଳରେ ଅମାନିଆ , ଅବାଗିଆ ଜନତା ଓ ଦୋକାନୀମାନଙ୍କୁ ବାଟକୁ ଆଣିବା ନିମନ୍ତେ ପୁଲିସ ତାର ଆଭିମୁଖ୍ୟକୁ କଠୋର କରିବାକୁ ବାଧ୍ୟ ହୋଇଥିଲା । ଗତ ଏପ୍ରିଲ ୧୦ ସକାଳ ପ୍ରାୟ ସାଢେ଼ ୭ ସମୟରେ ଏସପି ଶ୍ରୀପରମାର ପରିବା ମାର୍କେଟରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରି ସକାଳ ୮ ସମୟରେ ବଜାରକୁ ବନ୍ଦ କରିଦେଇଥିଲେ । 

0
0
0
s2sdefault