ହେଡଲାଇନସ୍:

ରାସନ କାର୍ଡ ନଥିବା ୫୦ ରୁ ଉର୍ଦ୍ଧ୍ବ ପରିବାରକୁ ଶୁଖିଲା ଖାଦ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :-ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ  "କେହି ବି  ଭୋକିଲା ରହିବେ ନାହିଁ, ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ"କୁ ଅନୁସରଣ କରି ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳ ଦଳ ତରଫରୁ   ଦିବା ୧୦ ଘଟିକା ସମୟରେ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ଶ୍ରୀ ବିନୟ କୁମାର ଟପ୍ପୋ ଙ୍କ ତତ୍ୱାବଧନରେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ  ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ସମୁଖରେ ବିଜୁ ଜନତା ଦଳ ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ ଓ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ମିଶି ସୁନ୍ଦରଗଡ଼ ପୌରାଞ୍ଚଳ ର ବିଭିନ୍ନ ୱାର୍ଡ ର ରାସନ କାର୍ଡ ପାଇ ନଥିବା  ୫୦ ରୁ ଉର୍ଦ୍ଧ  ପରିବାରକୁ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ  l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ  ରାଜ୍ୟ କାରିଣୀ ସଦସ୍ୟ ହରଜେନ୍ଦ୍ର ସିଂ, ଜିତେନ୍ଦ୍ରିୟ କର, ଜୟନାରାୟଣ ତ୍ରିପାଠୀ, ଗୋପ ମହାନ୍ତି, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ କାଉନ୍ସିଲର ବୀଣା ସାହୁ, ସଦର ବ୍ଲକ ଉପାଧକ୍ଷ ତଥା ସଦର ବ୍ଲକ ସଭାପତି ଅଶ୍ଵିନୀ କୁମାର ନାଏକ, ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ ଆଚାର୍ଯ୍ୟ, ସୁନ୍ଦରଗଡ଼ ପୌରାଞ୍ଚଳ ସଭାପତି ସୁରେନ୍ଦ୍ର ଭିତରିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ଅନିଲ ମହାପାତ୍ର, ଅମିତାଭ ଯୋଶୀ, ତ୍ରିଲୋଚନ କୋକ, ନିତାଇ ପଟେଲ, ସହବାଜ଼ ହୁସେନ, ଋତୁରାଜ ପୁରୋହିତ, ଅନିରୁଦ୍ଧ ସାହୁ, ଆଶିଷ ତ୍ରିପାଠୀ, ଅନିତା ଶର୍ମା, ଅମିତ ପଟେଲ , ପ୍ରଦିପ ସାହୁ, ରାକେଶ ଜେନା,ଅଜୟ ଅମାତ,  ସନୋଜ ଘୋଷ, ସମିର ନାଏକ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault