ହେଡଲାଇନସ୍:

ସାମାଜିକ ଦୂରତ୍ୱ ରଖି ସ୍ବେଛାସେବୀ କଲେ ରକ୍ତଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ  ଲକ୍‌ଡାଉନ୍‌ ଫଳରେ ବୁର୍ଲାରେ ରକ୍ତ ସଙ୍କଟ ଦେଖାଦେଇଛି l ଫଳରେ  ହଇରାଣ ହେଉଛନ୍ତି ରୋଗୀ l ପୂର୍ବରୁ 30ଟି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବେଚ୍ଛାରେ ରକ୍ତଦାନ ଶିବିର କରି ବୁର୍ଲା ବ୍ଲଡ୍‌ବ୍ୟାଙ୍କର ରକ୍ତର ଚାହିଦା ମେଣ୍ଟାଉଥିଲେ । ତେବେ ବର୍ତ୍ତମାନ ମାତ୍ର 7 ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଳ୍ପ ସଦସ୍ୟ ବ୍ଲଡବ୍ୟାଙ୍କକୁ ଆସି ସାମାଜିକ ଦୂରତ୍ବ ବଜାୟ ରଖି ରକ୍ତଦାନ କରୁଛନ୍ତି। ଯେଉଁଥିଲାଗି ଗୁରୁବାର ଦିନ 11.30 ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ A+ve 22 ୟୁନିଟ୍‌, A-ve 1ୟୁନିଟ୍‌, B+ve 32 ୟୁନିଟ୍‌, B-ve 3 ୟୁନିଟ୍‌, AB+ve 16 ୟୁନିଟ୍‌, AB-ve 1ୟୁନିଟ୍‌, O+ve30 ୟୁନିଟ୍‌ ଓ O-ve 1 ୟୁନିଟ୍‌ ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବୁର୍ଲା ମେଡିକାଲରେ ବର୍ତ୍ତମାନ କେବଳ ଅତ୍ୟାବଶ୍ୟକ ଅସ୍ତ୍ରୋପଚାର କରାଯାଉଛି ନଚେତ ଅସ୍ତ୍ରୋପଚାର ନକରିବାକୁ ବୁର୍ଲା ମେଡିକାଲ କତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି l ଏହା କେବଳ କେବଳ ବୁର୍ଲା ନୁହେଁ ରାଜ୍ୟର ସମସ୍ତ ବ୍ଲଡ୍‌ବ୍ୟାଙ୍କରେ ଏପରି ଅବସ୍ଥା ଦେଖାଦେଇଛି । ଯାହା ସାରା ରାଜ୍ୟରେ ଏକ ବଡ ସଙ୍କଟ ଭାବେ ଉଭା ହୋଇଛି  l

0
0
0
s2sdefault