ହେଡଲାଇନସ୍:

ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ ତାଲିମ ନେଇଛନ୍ତି। ସେମାନଙ୍କୁ ନେଇ ୨୫ରୁ ୩୦ଟି ଗ୍ରୁପ୍‌ କରାଯିବ। ବିଭିନ୍ନ ସ୍ଥାନରେ ଏମାନେ କରୋନା ମୁକାବିଲା ପାଇଁ ସଚେତନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଘର ଘର ଯାଇ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କୁ ସଚେତନ କରି ରିପୋର୍ଟ ସଂଗ୍ରହ କରିବେ।

0
0
0
s2sdefault