ହେଡଲାଇନସ୍:

 "ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରନ୍ତୁ" 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିବେଦନ

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଯୁଦ୍ଧକାଳୀନ ପଦକ୍ଷେପ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ଗ୍ରହଣ କରାଯାଉଛି | ସମାଜର ସବୁ ବର୍ଗର ଲୋକ କେମିତି ଏ ରୋଗ ଭୁତାଣୁ ଠାରୁ ନିରାପଦ ରହିପାରିବେ ଓ ଏହାର ସଂକ୍ରମଣକୁ ଏଡାଯାଇପାରିବ ସେଥିପାଇଁ ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି | ଲକ ଡାଉନ ସମୟରେ ଜନସାଧାରଣ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ନିଵେଦନ ବି କରିଛନ୍ତି | ତେଣୁ ମୁଖ୍ୟମନ୍ତ୍ରୀ କରିଥିବା ନିବେଦନକୁ ଯୁବଜନତାର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ, ବ୍ଲକ ଏବଂ ପଂଚାୟତ ସଭାପତିଙ୍କ ସହ କମିଟିର କର୍ମକର୍ତ୍ତା ତଥା ଯୁବକର୍ମୀମାନେ  ସାମାଜିକ ଆହ୍ୱାନ ଭାବେ ଗ୍ରହଣ କରିବାକୁ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ଅନୁରୋଧ ଜଣାଇଛନ୍ତି | 

ଶ୍ରୀ ପତ୍ରୀ କହିଛନ୍ତି ଯେ , ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଜନସାଧାରଣଙ୍କୁ ଧୈର୍ଯ୍ୟ  ଓ ଶୃଙ୍ଖଳା ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ମହାମାରୀ ସମଗ୍ର ବିଶ୍ୱରେ ଏକ ଭୟାବହ ଦୁର୍ବିପାକର ରୂପ ନେଇ ସମଗ୍ର ମାନବ ସମାଜ ଉପରେ ନିଜର ଦୁର୍ବାର ପ୍ରହାର କରି ଚାଲିଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୁଦ୍ଧରେ ସାରା ଦେଶ ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସ୍ୱରୂପ ସର୍ବପ୍ରଥମେ ଲକ ଡାଉନ ନିଷ୍ପତି ନେଇଥିଲେ, ଏଥି ସହ ମୋ ଜୀବନ କାର୍ଯକ୍ରମ ଜାରୀ କରି ସଚେତନତା ମାଧ୍ୟମରେ ସମସ୍ତଙ୍କୁ ଶପଥ କରାଇଥିଲେ | ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟରେ ଦେଶର ପ୍ରଥମ କୋଭିଡ୍-୧୯ ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରସ୍ତୁତ କରି ସମଗ୍ର ବିଶ୍ୱରେ ଉଦାହାରଣ ସୃଷ୍ଟି କରିଛନ୍ତି । ରାଜ୍ୟବାହାରେ ଫସି ରହିଥିବା ଓଡିଆ ଭାଇମାନେ କିପରି ସେଠାରେ ଅସୁବିଧାରେ ନରହିବେ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆମରାଜ୍ୟରେ ରହିଥିବା ଅନ୍ୟରାଜ୍ୟର ସମସ୍ତ ଅସହାୟ ଲୋକମାନଙ୍କୁ ଅତିଥିଭାବେ ଗ୍ରହଣ କରି ସେମାନଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ନେଉଛନ୍ତି, କେବଳ ଏତିକି ନୁହେଁ ପ୍ରତିଦିନ ସ୍ଥିତିର ସମୀକ୍ଷାକରି ଏହାର ମୁକାବିଲା ପାଇଁ ଅହରହ ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି । 

ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାର ସାଢେ ୪କୋଟି ଲୋକଙ୍କୁ ସର୍ବଦା ନିଜର ପରିବାର ରୂପେ ଗ୍ରହଣ କରିଆସିଛନ୍ତି |  ତେଣୁକରି ସମସ୍ତ ଦଳୀୟ କର୍ମୀ, ନେତା ତଥା ନିର୍ବାଚିତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ  ଅନୁରୋଧ ରଖିଛନ୍ତି କି ସମସ୍ତେ ନିଜ ନିଜ ଅଞ୍ଚଳର ଦାୟିତ୍ୱ ନିଜେ ନିଅନ୍ତୁ |  ଯେପରି ନିଜ ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ଭୋକିଲା ରହିବାକୁ ଦେବେ ନାହିଁ, ତାହା ନିଶ୍ଚିତ କରନ୍ତୁ । ପ୍ରତି ଭୋକିଲା ବ୍ୟକ୍ତିଙ୍କୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ଦୁଃଖଦ  ସମୟରେ ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା ଓ ଅସହାୟ ଲୋକଙ୍କ ପାଖରେ ଛିଡାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । ଏଥିସହିତ ରକ୍ତ ଆବଶ୍ୟକ କରୁଥିବା ରୋଗୀ ବିଶେଷ ଭାବେ ଥାଲାସେମିଆ ରୋଗୀମାନଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ଆବଶ୍ୟକ ସ୍ଥଳେ ନିକଟସ୍ଥ ରକ୍ତଭଣ୍ଡାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କରନ୍ତୁ । ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରନ୍ତୁ | କିନ୍ତୁ ନିଜପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା  ଯଥା ବାହାରକୁ ବାହାରିଲା ବେଳେ ମାସ୍କ ବ୍ୟବହାର କରିବା, ସଂଘରୋଧ ପ୍ରତି ଧ୍ୟାନ ଦେବା , ସାମାଜିକ ଦୂରତ୍ୱ ବଜାୟ ରଖିବା  ଓ ଘରକୁ ଫେରିବା ପରେ ସାବୁନରେ ଭଲ ଭାବରେ କୋଡିଏ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଭଳି ଗୁରୁତ୍ୱପୂର୍ଣ ତଥା ନିରାପଦ ଅଭ୍ୟାସ ପ୍ରତି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶକୁ ପାଳନ କରିବା ସକାଶେ ଶ୍ରୀ ପତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି | 

0
0
0
s2sdefault