ହେଡଲାଇନସ୍:

ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଲେବର କାର୍ଡ ବଂଟନ ମନ୍ତ୍ରୀ ସୁଶାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦୮ଜଣ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

ସୋହେଲା(ଶାସକପ୍ରଶାସକ)-ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ବରଗଡ ଜିଲା ସୋହେଲା ବ୍ଲକର ଝର,ଗର୍ଭଣା ଓ ସୋହେଲାଠାରେ ନିର୍ମାଣ ଶ୍ରମିକ ନୂତନ ଲେବର କାର୍ଡ ଓ ପୁରାତନ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା,ରେସନକାର୍ଡଧାରୀମାନଙ୍କୁ ଆଗୁଆ ତିନି ମାସର ରାସନ ଓ ଆର୍ଥିକ ସହାୟତା ବଂଟନ କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଅଗ୍ରସେନଭବନ ସମ୍ମୁଖରେ ମନ୍ତ୍ରୀ ସୁଶାନ୍ତ ସିଂହ ୧୩୭ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ଲେବର କାର୍ଡ ବଂଟନ କରିଥିଲେ । ଝର ଗ୍ରାମରେ ୨୦୮ଜଣ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ଗର୍ଭଣାରେ ଏକ ହଜାର ରାସନକାର୍ଡ ହିତାଧିକାରୀଙ୍କୁ ତିନିମାସର ଆଗୁଆ ରାସନ ଓ ଏକ ହଜାରଟଙ୍କା ଲେଖାଏଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ବଂଟନ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂହ ଉପସ୍ଥିତ ହିତାଧିକାରୀମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କଦ୍ୱାରା ଲାଗୁ କରାଯାଇଥିବା ନିୟମାବଳୀକୁ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ସହିତ ଉପସ୍ଥିତ ହିତାଧିକାରୀମାନଙ୍କୁ ମାସ୍କ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ବିଶ୍ୱରଂଜନ କର,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ,ସରପଂଚ,ପଂଚାୟତ ନିର୍ବାହୀ ଅଧିକାରୀ ତଥା ଜିଆରଏସମାନେ ଉପସ୍ଥିତ ଥିଲେ । 

0
0
0
s2sdefault