ହେଡଲାଇନସ୍:

 ଆରଏମଆରସିରେ ଅତ୍ୟାଧୁନିକ କୋବାସ୍ ମେସିନ୍, କୋଭିଡ୍ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି : ଵାଗଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୨୪୯ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା  ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ  ହୋଇଥିବା ବେଳେ ୪୫ ଜଣ ଚିକିତ୍ସିତ ହେଉଛନ୍ତିା  ଆଜି ୧୧୩ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକବାସ  ଅଛନ୍ତିା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ରରେ ଅତ୍ୟାଧୁନିକ କୋବାସ୍ ମେସିନ୍ ସ୍ଥାପନ କରାଯାଇଛିା ଏହା ଦ୍ୱାରା  କୋଭିଡ୍ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି ପାଇଛିା  କୋଭିଡ୍-୧୯ର ମୁକାବିଲାରେ ରାଜ୍ୟ ସରକାରଙ୍କର ପ୍ରୟାସକୁ ସଶକ୍ତ କରିବା ଲକ୍ଷ୍ୟରେ ମୁମ୍ବାଇରୁ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଗତକାଲି ସନ୍ଧ୍ୟାରେ ୪୦୦୦ ପରୀକ୍ଷଣ କିଟ୍ ଭୁବନେଶ୍ୱରରେ ପହଂଚିଛି ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର  ନିର୍ଦ୍ଦେଶକ ଡ. ଶ୍ରୀମତୀ ସଂଘମିତ୍ରା ପତି ଏବଂ ଡିଏମ୍ଇଟି ପ୍ରଫେସର ଡ. ସି.ବି.କେ. ମହାନ୍ତି  ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା ରାଜ୍ୟରେ ଅଧିକ  କୋଭିଡ୍-୧୯ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତିା ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ରେ କୋଭିଡ୍ ପରୀକ୍ଷା ପାଇଁ ଆଇସିଏମ୍ଆର ଅନୁମୋଦନ ମିଳିଛିା କଟକର ଏସ୍ସିବି  ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରେ ଏହା ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ କୋଭିଡ୍ ପରୀକ୍ଷଣର ସୁବିଧା ଉପଲବ୍ଧ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | 

ସେହିପରି ଫ୍ଲୁ  ଭଳି ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ୱରର ୧୭ଟି ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନକୁ ଫିଭର କ୍ଲିନିକ୍ ଘୋଷଣା କରାଯାଇ ଜନସାଧାରଣ ପରୀକ୍ଷା ଓ ଚିକିତ୍ସା ପାଇଁ ଯିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛିା ସେଗୁଡ଼ିକ ହେଉଛି ଆମ୍ରି, କଳିଙ୍ଗ, ନୀଳାଚଳ, ସନ୍ ସାଇନ୍, ସ୍ପର୍ଶ, ବ୍ଲୁ  ହୁଇଲ୍, କେୟାର, ଅଶ୍ୱିନୀ-ଆଦିତ୍ୟ, ମା'ଶକ୍ତି, ଭୁବନେଶ୍ୱର, ବିବେକାନନ୍ଦ, ଉସ୍ତି, ପଦ୍ମା, ଗ୍ୟାଷ୍ଟ୍ରୋ କିଡ୍ନି କେୟାର ହସ୍ପିଟାଲ୍ ଓ ବିଏମ୍ଆରଆଇ ଇନ୍ଷ୍ଟିଚୁ୍ୟଟ୍ ଓ ନର୍ସିର୍ ହୋମ୍ ଏବଂ ପଣ୍ଡା ନର୍ସିଂ ହୋମ |  ଏହି ସବୁ ହସ୍ପିଟାଲରେ  ଫ୍ଲୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଏହା ବ୍ୟତୀତ କ୍ୟାପିଟାଲ୍ ହସ୍ପିଟାଲ୍, ଆରଜିଏଚ୍, ରାଉରକେଲା ଓ ଅନ୍ୟ ଜିଲ୍ଲା ହସ୍ପିଟାଲରେ  ଏହି ବ୍ୟବସ୍ଥା ଉପଲବ୍ଧ ହେଉଛିା  କୋଭିଡ୍-୧୯ ପରିସ୍ଥିତିରେ ଜନସାଧାରଣଙ୍କ ଉପରେ ଆର୍ଥିକ ଚାପ ଥିବାରୁ  ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅପ୍ରେଲ୍ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ  ଫି କମାଇବା କିମ୍ବା ଫି ଦାଖଲ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତିା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୦,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୦୧୨ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି -୧୮୦୦୩୪୫୬୭୦୩ ଜାରି କରାଯାଇଛିା 

ସେହିପରୀ ଆଜି ରାଜ୍ୟର ୫୩୮୫ ଗ୍ରାମ ପଞ୍ଚାୟତରେ ୩,୩୧,୮୫୯ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ଟି ପୌରାଞ୍ଚଳରେ ୩୧,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୯ରୁ ଅପ୍ରେଲ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୩ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୦୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ଗୁଜବ ସୃଷ୍ଟି ପାଇଁ ଓ ୫ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୩ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | 

0
0
0
s2sdefault