ହେଡଲାଇନସ୍:

ଡାକିଲେ ବି ଆମ୍ବୁଲାନ୍ସ ଆସିପାରିଲାନି,  ଟ୍ରଲିରେ ବୁହାହେଲେ ରୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଗରୀବଙ୍କୁ କନ୍ଦାଉଛି କରୋନା ସାଜୁଛି ପ୍ରତିବନ୍ଧକ। ଖବରଦେଲା ପରେ ବିଳମ୍ବ ହେବାର ସୂଚନା ଦେଇ ଆସିଲାନି ୧୦୮ ଆମ୍ବୁଲାନ୍ସ।  ଶେଷରେ ଟ୍ରଲିରେ ହସ୍ପିଟାଲକୁ ବୁହା ହେଲେ ବୃଦ୍ଧା ମହିଳା ରୋଗୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ଯାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆମ୍ବୁଲାନ୍ସ ଅଭାବରୁ ଜଣେ ରୋଗୀକୁ ପରିବାର ଲୋକେ ଟ୍ରଲିରେ ବୋହି ଡାକ୍ତରଖାନା ନେଉଥିବାର ଦୃଶ୍ୟ ଯେତିକି ହୃଦୟବିଦାରକ ଥିଲା ସରକାରୀ ବ୍ୟବସ୍ଥା ପାଇଁ ତାଠାରୁ ଅଧିକ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରୁଥିଲା।

ବିଶ୍ୱ ଆତଙ୍କ ସାଜିଥିବା କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଲକ ଡାଉନ ନିୟମକୁ କଡାକଡ଼ି କରାଯାଇଥିବାରୁ ବର୍ତ୍ତମାନ  ଦୁଇ ଚକିଆ ହେଉକି ଚାରି ଚକିଆ ଯାନ ଚଳାଚଳରେ ପ୍ରତିବନ୍ଧକ ଥିବାରୁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଲୋକ। ଏଭଳି ସ୍ଥିତିର ତର୍ଜମା କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ଏବେ ହେଲମେଟ ଯାଞ୍ଚକୁ ମାଧ୍ୟମ କରି ଆର୍ଥିକ ଜୋରିମାନାର ଚାପ ପକାଇ ଗହଳି ରୋକିବାକୁ କରିଥିବା ଉଦ୍ୟମ ପ୍ରଶଂସନୀୟ। କିନ୍ତୁ ଏକ ଜନକଲ୍ୟାଣକାରୀ ସରକାର ଅଧୀନରେ କାର୍ଯ୍ୟ କରୁଥିବା ପ୍ରଶାସନ ଜନମଙ୍ଗଳକୁ ଗୁରୁତ୍ୱ ଦେଉଥିବା ବେଳେ ଦାୟିତ୍ବହୀନ ନାଗରିକଙ୍କ ଠାରୁ ସଂଗୃହୀତ ଜରିମାନା ଅର୍ଥରେ ହେଲମେଟ କିଣି ସଚେତନତାର ବାର୍ତ୍ତା ଦେବାରେ କୋଉଠି ବାଧାଅଛିକି ? ଯଦିନା ତେବେ ଲଗାମ କଷିବା ପାଇଁ ଜୋରିମାନା ଆଦାୟକୁ ମାଧ୍ୟମ କରାଯାଇ ରାଜସ୍ଵ ସଂଗ୍ରହକୁ କେବଳ ପ୍ରାଧାନ୍ୟ ଦିଆଯିବା କେତେ ଯଥାର୍ଥ। ସ୍ଥାନୀୟ ପ୍ରଶାସନ ମୋଟା ଅଙ୍କର ରାଜସ୍ଵ ଆଦାୟ ଦେଇ ବାହାବା ସାଉଣ୍ଟିବାରେ ଲାଗିଥିବା ବେଳେ ଟ୍ରଲିରେ ଜଣେ ବୃଦ୍ଧାରୋଗୀ ବୁହାହେବା ଭଳିଏକ ସମ୍ବେଦନଶୀଳ ଘଟଣାସାମ୍ନାକୁ ଆସିବାରୁ ମାତ୍ରାଧିକ   କାର୍ଯ୍ୟାନୁଷ୍ଠାନକୁ ନା ପସନ୍ଦ କରିଛନ୍ତି ଅଞ୍ଚଳବାସୀ। ଘଟଣା ଅନୁଯାୟୀ ସ୍ଥାନୀୟ ଖଜୁରୀସାଗର ଅଞ୍ଚଳର ଜନୈକାବୃଦ୍ଧା ବାଳି ଦେହୁରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାରଲୋକେ ପ୍ରଥମେ ୧୦୮ କୁ ଖବର କରିଥିଲେ ବିଳମ୍ବ ହେବାରୁ  ଟ୍ରଲି ଯୋଗେ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ । ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଡାକ୍ତରଖାନା କତ୍ତୃପକ୍ଷ ଚିକିତ୍ସା ସେବା ଯୋଗାଇ ଦେବା ବଦଳରେ ଡାକ୍ତର ଅଭାବ ଦର୍ଶାଇ ତରବରିଆ ଭାବେ ରୋଗୀକୁ କେନ୍ଦୁଝର ନେଇଯିବା ପାଇଁ ପରାମର୍ଶ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ବୃଦ୍ଧାରୋଗୀଙ୍କ ପରିବାର ଲୋକ ଅଶିକ୍ଷିତ ଏବଂ ଗରିବ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏଭଳି ପରିସ୍ଥିତିରେ କୌଣସି ପ୍ରକାର ସହାୟତା ନପାଇ ହତାଶ ହୋଇଥିଲେ ।  ଯାହାଫଳରେ କାନମୁଣ୍ଡଆଉଁସି ନିରୁପାୟ ହୋଇ ଭଗବାନଙ୍କ ଉପରେ ଭରସାରଖି ଘରକୁ ନେଇଯାଇଥିଲେ। ହେଲେ ଆଜି ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ଟ୍ରଲିରେ ମେଡିକାଲ ଆଣୁଥିବା କଥା ଅତିଦୁଃଖରେ କହିଛନ୍ତି ପରିବାରଲୋକେ  ।

ତେବେ ଉପଖଣ୍ଡ ସ୍ତରୀୟ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ବଦଳରେ ଅନ୍ୟତ୍ର ନେବାପାଇଁ ଡାକ୍ତରଖାନା କତ୍ତୃପକ୍ଷ ପରାମର୍ଶ ଦେବା ଆଶ୍ଚର୍ଯ୍ୟଜନକ ଘଟଣା। ଏହାର ବିଭାଗୀୟ ତଦନ୍ତ କରାଯାଇ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ଅନ୍ୟପଟେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶ ଏବଂ ରାଜ୍ୟରେ ଧୀରେଧୀରେ ବଢୁଥିବା ବେଳେ ବର୍ତ୍ତମାନରୁ ସ୍ୱାସ୍ଥ୍ୟସେବାରେ ସଙ୍କଟ ଦେଖାଦେଲାଣି ଏଭଳି ସ୍ଥିତିରେ ମହାମାରୀର ରୂପ ନେଉଥିବା କରୋନାକୁ କିପରି ମୁକାବିଲା କରୁଛି ସ୍ୱାସ୍ଥ୍ୟ ବିଭାଗ ତାହା ଦେଖିବାପାଇଁ ବାକି ରହିଲା ।

0
0
0
s2sdefault