ହେଡଲାଇନସ୍:

81 ବର୍ଷୀୟ ବୃଦ୍ଧାଙ୍କ ଖାଦ୍ୟ ବ୍ୟବସ୍ଥା କରାଇଲେ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ)  :-  ବର୍ତ୍ତମାନ ଦେଶ  ଲକଡାଉନ । ରାଜ୍ୟ ଓ କେନ୍ଦ୍ର ସରକାର ଓ ସରକାରୀ କର୍ମଚାରୀ ମାନେ ତଥା ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ବିଭିନ୍ନ ସ୍ଥାନକୁ ଯାଇ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରୟାସ କରୁଛନ୍ତି । ଗତ କାଲି ସାମାଜିକ ଗଣମାଧ୍ୟମ ରେ ପଦ୍ମପୁର ର ଜମରତଲା ପଞ୍ଚାୟତ ର ଜଣେ 81 ବର୍ଷୀୟ ବୃଦ୍ଧା ଙ୍କର ବାବଦରେ ଜଣା ପଡିଥିଲା ଯେ ବୃଦ୍ଧା ଜଣକ ମାତ୍ର ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି କିନ୍ତୁ ଚାଉଳ ପାଉନାହାନ୍ତି । ଏହି ବୟସରେ ରୋଷେଇ କରି ଖାଇବାର ମଧ୍ୟ ତାଙ୍କର କ୍ଷମତା ନାହିଁ । ଏହି କଥା ଜାଣିବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସକାଳୁ ଜମରତଲା ଉକ୍ତ ବୃଦ୍ଧା ରହୁଥିବା ଘରକୁ ପହଂଚି  ତାଙ୍କର ଖାଇବା ବ୍ୟବସ୍ଥା କରାଇଥିଲେ । ଏହା ସହିତ ଉପଜିଲ୍ଲାପାଳ ନିବେଦନ କରିଛନ୍ତି ଯେ ଯଦି ଏହିଭଳି ଅସହାୟ ବ୍ୟକ୍ତି କେଉଁଠି ଅଛନ୍ତି ତେବେ ତୁରନ୍ତ ସ୍ଥାନୀୟ ପ୍ରଶାସନ କିମ୍ବା ତାଙ୍କୁ ଜଣାନ୍ତୁ । ଯାହା ଫଳରେ ଉକ୍ତ ବ୍ୟକ୍ତି କୁ ତୁରନ୍ତ ସହଯୋଗ କରାଯାଇ ପାରିବ ।

0
0
0
s2sdefault