ହେଡଲାଇନସ୍:

ଗଜପତି : କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ କେୟାର ହସପିଟାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଳା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ-ସୀତାପୁର ସ୍ଥିତ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣରେଖା ଛାତ୍ରାବାସ ଠାରେ ନିର୍ମାଣ ଚାଲିଥିବା ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ-୧୯ କେୟାର ହସପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହେବା ଆରମ୍ଭ ହୋଇଛି ।   ଜିଲ୍ଲାପାଳ ଅନୁପମ ସାହା  ଏଥିରେ ଯୋଗଦେଇ ଆଜିଠାରୁ ଏହି କୋଭିଡ୍-୧୯ କେୟାର ହସପିଟାଲ କାର୍ଯ୍ୟକ୍ଷମର ଶୁଭାରମ୍ଭ ଲାଭ କଲା ବୋଲି କହିଥିଲେ ।

ଏହି ହସପିଟାଲରେ ସମ୍ଭବ୍ୟ କରୋନା  ଭୁତାଣୁ ସଂକ୍ରମିତଙ୍କ ଆଇସଲେଟେଡ଼ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ଆନୁସଙ୍ଗିକ ସମସ୍ତ ସୁବିଧା ଗୋଟିଏ ଛାତ ତଳେ ସମସ୍ତ ସୁବିଧା ଏଠାରେ ମାଗଣାରେ  ଉପଲବଧ ହୋଇ ପାରିବ । ଆଇସୋଲେଟେଡ଼ ସୁବିଧା ସହ ୧୦ ଟିରେ ଆଇସିୟୁ:ର ପ୍ରସ୍ତୁତି ବ୍ୟବସ୍ଥା ଚାଲିଛି । ତାହା ଅତିଶୀଘ୍ର କାର୍ଯ୍ୟରମ୍ଭ ହେବ। କୋଭିଡ଼-୧୯ର ଚିକିତ୍ସା ପ୍ରଣାଳୀରେ ଏକ ନିର୍ଦ୍ଧିଷ୍ଟ ପ୍ରୋଟକଲ ସୁବିଧା ରହିଛି , ଯେଉଁଥିରେ  ଆସୁଥିବା ବିଭିନ୍ନ ପ୍ରକାରର ସମ୍ପୃକ୍ତ ରୋଗୀ ମାନଙ୍କୁ ପୃଥଙ୍କ ପୃଥକ  ଭାବେ ରଖାଯାଇ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି କୋଭିଡ୍ କେୟାର ହସପିଟାଲ ପାଇଁ  ୨୦ ଅଭିଜ୍ଞ ସମ୍ପନ ବିଶେଷଜ୍ଞ ଡାକ୍ତର ମାନଙ୍କ ସମେତ ୭୦ ଜଣ ଷ୍ଟାଫ ନର୍ସ , ଏନଏମ  ଓ ଅନ୍ୟନ୍ୟ ଷ୍ଟାଫ ଆସିଯାଇଥିବା ସୂଚନା  ଦେଇଥଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା: ଗୁନୁରାଣୀ ପଟ୍ଟନାୟକ , ଏଡିଏମ(ରାଜସ୍ୱ) କରୁଣାକର ରାଇକା ,  ଡାଃ ପ୍ରଦୀପ କୁମାର ପାତ୍ର , ଡାଃ ଛନ୍ଦା କାନୁନଗୋ , ହାଇଟେକ ମେଡିକାଲ କଲେଜର ନିର୍ଦ୍ଦେଶକ ଅଶୋକ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ ଡାକ୍ତର ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault