ହେଡଲାଇନସ୍:

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ - କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତି ବିଶେଷଙ୍କ ତରଫରୁ ଆଜି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସହାୟତା ପ୍ରଦାନ କରିଛନ୍ତି  । ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଜରିଆରେ ରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ବୋଡାସମ୍ବର ବସ ମାଲିକ ସଂଘ ତରଫରୁ  ୫୧ ହଜାର ଟଙ୍କା ର ସହାୟତା ସଂଘ ସଭାପତି ମନୋରଞ୍ଜନ ସିଂ ବରିହା, ସଂପାଦକ ସେକ ସମିର ହୁସେନ, ବରିଷ୍ଠ ସଦସ୍ୟ ଅବିନାଶ ମିଶ୍ର ପ୍ରଦାନ କରିଛନ୍ତି ।  ପଦ୍ମପୁର ପବ୍ଲିକ୍ ସ୍କୁଲ ତରଫରୁ ୬୧ ହଜାର ଟଙ୍କା ର ଚେକ ସ୍କୁଲ ଅଧ୍ୟକ୍ଷ କିରନ  ପଣ୍ତା,ଶୋଭାଲି ସା ପଣ୍ତା, କୃଷ୍ଣ ମୋହନ ପଣ୍ଡା,ଦିଲ୍ଲୀପ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ତରଫରୁ ୧୧ ହଜାର ଟଙ୍କା ର ଚେକ ସଂଘ ସଭାପତି ଅନିଲ କୁମାର ବେହେରା, ସଂପାଦକ ରଘୁନାଥ ପୁରୀ,ସଦସ୍ୟ ପ୍ରତାପ କୁମାର ନାଥ,ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତିରେ ପ୍ରଦାନ କରା ଯାଇଛି । ପଦ୍ମପୁର ଅନ୍ନ ପୂର୍ଣ୍ଣା ରାଇସ୍ ମିଲ ମାଲିକ ଅମର ଦୀପ ଅଗ୍ରୱାଲ ୨୧ ହଜାର ଟଙ୍କା ର ଚେକ୍ ଏବଂ ପଦ୍ମପୁର ଆଶିଷ କୁମାର ନାୟକ ୧୫ ହଜାର ଟଙ୍କା ର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ଭଳି ମହତ୍ କାମ ପାଇଁ ବିଧାୟକ ତଥା ଉପ ଜିଲ୍ଲାପାଳ ଖୁସିବ୍ଯକ୍ତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault