ହେଡଲାଇନସ୍:

କରୋନା ମୁକାବିଲାରେ ସହଯୋଗର ହାତ ବଢ଼ାଇଲା ସମବାୟ ସମିତି ସମ୍ପାଦକ ସଂଘ  ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ୧,୭୦,୦୦୦ ଟଙ୍କାର ସହାୟତା 

ନୟାଗଡ(ବିଶ୍ୱଜିତ ନାୟକ) : କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ଏ ତିରୋଟ ସମୟରେ ସହଯୋଗର ହାତ ବଢାଇଛନ୍ତି ନୟାଗଡ ଜିଲ୍ଲାର ସମବାୟ ସମିତି ସମ୍ପାଦକ ସଂଘ  ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ । ନୟାଗଡ ଜିଲ୍ଲାର ସମସ୍ତ ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ୧,୭୦,୦୦୦ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି  । ସହକାରୀ ସମବାୟ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପ-ସହକାରୀ ନିବନ୍ଧକ ସୁଦାମ ଚରଣ ଜେନା, ନୟାଗଡ ଜିଲ୍ଲା ସମ୍ପାଦକ ସଂଘର ସଭାପତି ପୁରେନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ଦାଶ ଓ ଜଗମୋହନ ରଣସିଂହ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଉଦ୍ଦେଶ୍ୟରେ ୧,୭୦,୦୦୦ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ ।   

 

0
0
0
s2sdefault