ହେଡଲାଇନସ୍:

 ଲକ ଡାଉନ ବେଳେ ଭୋକିଲା ମାଙ୍କଡ଼ ଓ ପଶୁପକ୍ଷୀଙ୍କ ମୁହଁରେ ଦେଲେ ଆହାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ - ସାରା ଦେଶରେ ଲକ ଡାଉନ ଚାଲିଛି । ଆଜି ପୁଣି ଓଡ଼ିଶା ସରକାର ଏପ୍ରିଲ ୩୦ଯାଏଁ ଲକ ଡାଉନ ଅବଧିକୁ ବଢାଇଛନ୍ତି । ତାଳାବନ୍ଦ ଯୋଗୁଁ ସମସ୍ତ ତୀର୍ଥକ୍ଷେତ୍ର ଜନସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ସେହିପରି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥରେ  ଦର୍ଶନ ବନ୍ଦ ରହିଛି, ତେଣୁ ଜନସାଧାରଣ ଆସୁନାହାନ୍ତି ଏବଂ ଏହି ପୀଠ ଏବେ ଖାଁ ଖାଁ ଲାଗୁଛି  । ଜନସାଧାରଣ ଏଠାକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଲେ ଏଠାରେ ଥିବା ବନ୍ୟପ୍ରାଣୀ ଯଥା ମାଙ୍କଡ଼ ମାନଙ୍କୁ ଶ୍ରଦ୍ଧାର ସହ ଚଣା,ବାଦାମ ତଥା ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥାନ୍ତି । ବର୍ତ୍ତମାନ  ଏହି ତୀର୍ଥ କ୍ଷେତ୍ରକୁ ଯାତ୍ରୀ ଆସୁ ନ ଥିବାରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ହଜାର ହଜାର ମାଙ୍କଡ଼ ଭୋକ ଉପବାସ ରେ ରହୁଛନ୍ତି  । ଏହା କୁ ଦୃଷ୍ଟିରେ ରଖି ପଦ୍ମପୁର ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତ, ବିଜେପି କାର୍ଯ୍ୟକର୍ତ୍ତା ବିଜେପୁର ଯୁବ ନେତା ଶ୍ରୀକାନ୍ତ ମିଶ୍ର, ସେବକ ମେହେର, ସତ୍ୟ  ବେହେରା,ରାଜେନ୍ଦ୍ର ସେଠୀ,ଧନୁର୍ଜୟ ବାଗ ପ୍ରମୁଖ ବିସ୍କୁଟ, ଚାଉଳ,ଚନା,କଦଳୀ ଆଦି ସାମଗ୍ରୀ ଧରି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଚାଳଧାର, ଗୋକୁଣ୍ତ ଘାଟ,ସିଂହଦ୍ବାର, ହନୁମାନ ବାଟିକ, ଭଣ୍ଡାର ଘର ଆଦି ସ୍ଥାନ ମାନଙ୍କ ବୁଲି ମାଙ୍କଡ଼, ହନୁ ମାଙ୍କଡ଼ ଓ ଅନ୍ଯ କିଛି ବ୍ଯକ୍ତି ମାନଙ୍କ ମଧ୍ୟ ଖାଦ୍ୟ ପୁଡିଆ ବାଣ୍ଟି ଥିଲେ  ।

 

0
0
0
s2sdefault