ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା  2000 ମାକ୍ସ ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଙ୍ଗଳ ଟିଭିଏସର ସ୍ୱତ୍ତ୍ୱାଧିକାରୀ ସୁମିତ ବି ବାଂଟିଲେ ମାସ୍କ  

ବରଗଡ/ଶାସକ prashasak :- ଆବଶ୍ୟକତା କୁ ଉପଲବ୍ଧ କରି ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ , ନୃସିଂହନାଥ ତରଫରୁ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କୁ 2000 ମାକ୍ସ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋରୋନା ମୁକାବିଲା ପାଇଁ ଆଜି ଠାରୁ ଘରୁ ବାହାରକୁ ବାହାରୁଥିବା ପ୍ରତ୍ୟେକ ଲୋକଙ୍କ ପାଇଁ ମାକ୍ସ ଜରୁରୀ କରିଦିଆଯାଇଛି । ଏହା ସହିତ ଏହି ଲକଡାଉନ ସମୟରେ ଅତ୍ୟାବସକୀୟ ସାମଗ୍ରୀ ଯୋଗାଉଥିବା ବ ସେବା ଯୋଗାଉଥିବା ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଏହି ମାକ୍ସ ପ୍ରଦାନ କରାଯାଇଛି । ଏହା ସହିତ ସରକାରଙ୍କ ନିର୍ଦେଶ ମତେ ମହାବିଦ୍ୟାଳୟ ର ସନସ୍ତ ଡାକ୍ତର ପ୍ରସ୍ତୁତ ରହିଛନ୍ତି । ମହାବିଦ୍ୟାଳୟ ର ଡାକ୍ତରଖାନା ର ଏକ ଶହ ବେଡ଼ ଆବଶ୍ୟକ ପଡ଼ିଲେ ଯଦି ସରକାର ଚାହିଁବେ ତେବେ କୋରୋନା ପୀଡ଼ିତ ଙ୍କ ପାଇଁ ଉପଲବ୍ଧ ରହିଥିବା ମହାବିଦ୍ୟାଳୟ ର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଜଣାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ନିଜ ନିଜ ସାଧ୍ୟମତେ ସରକାର ଓ ଜନସାଧାରଣ ଙ୍କୁ ସହଯୋଗ କରନ୍ତୁ ବୋଲି ମହାବିଦ୍ୟାଳୟ ର ପରିଚାଳକ ଶ୍ରୀ ମନୋଜ ତ୍ରିବେଦୀ ସମସ୍ତ ଙ୍କୁ ନିବେଦନ କରିଛନ୍ତି ।

     ସେହିଭଳି ପାଇକମାଲ ମଙ୍ଗଳ TVS ର ମାଲିକଯୁବ ବ୍ୟବସାୟୀ ଶ୍ରୀ ସୁମିତ କୁମାର ଅଗ୍ରୱାଲ ଆଜି ସକାଳୁ ପାଇକମାଲ ଓ ପଦ୍ମପୁର  ମୁଖ୍ୟ ଛକ ମାନଙ୍କରେ   ଯେଉଁ ଲୋକ ମାନେ ମାକ୍ସ ପିନ୍ଧି ନଥିଲେ ସେମାନଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଏହା ସହିତ ପାଇକମାଲ ଅଂଚଳର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବୁଲି ବୁଲି ଲୋକଙ୍କୁ ମାକ୍ସ ବାଣ୍ଟିଥିଲେ ସୁମିତ । ସେ 2000ରୁ ଉର୍ଧ୍ବ ମାକ୍ସ ବଣ୍ଟନ କରିବେ ବୋଲି କହିଛନ୍ତି । ସୁମିତ ଅଗ୍ରୱାଲ ଙ୍କର ଏହି କାର୍ଯ୍ୟ କୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରମୁଖ ପ୍ରସଂଶା କରିଛନ୍ତି ।

0
0
0
s2sdefault