ଭୁନନେଶ୍ୱର (ଶାସକ ପ୍ରଶାସକ) ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ | ଜଣେ କରୋନା ପଜିଟିଭ ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ବେଳେ ଆର ଜଣକ ରାଜଧାନୀରୁ | ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ବୟସ ୫୧ ହୋଇଥିବା ବେଳେ ଆଉ ସବିଶେଷ ତଥ୍ୟ ଦିଆଯାଇନାହିଁ | ଭୁବନେଶ୍ୱରର ରୋଗୀ ଜଣକ ମେଦିନୀପୁରର ଓ ତାଙ୍କ ବୟସ ୬୯ ବର୍ଷ | ସେ ଆମ୍ବୁଲାନ୍ସ ମାଧ୍ୟମରେ ପଶ୍ଚିମବଙ୍ଗରୁ ଆସି ସିଧା ସଳଖ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ |











