ହେଡଲାଇନସ୍:

ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବଢ଼ାଇଲେ ଲକଡାଉନ ଅବଧି, ଶିକ୍ଷାନୁଷ୍ଠାନ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ ଶିକ୍ଷାନୁଷ୍ଠାନ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ

ଏପ୍ରିଲ ୩୦ ପର୍ଯ୍ୟନ୍ତ ଓଡିଶାକୁ ରେଳ ଓ ବିନମାନ ସେବା ବନ୍ଦ ରଖିବାକୁ  କେନ୍ଦ୍ରକୁ ପ୍ରସ୍ତାବ

୧ ଲକ୍ଷ  ରା଼ପୀଡ଼ ଟେଷ୍ଟିଙ୍ଗ  କରାଇବା ପାଇଁ ପଦକ୍ଷେପ ନିଆଯାଇଛି

ଭୁବନେଶ୍ୱର( ଶାସକ ପ୍ରଶାସକ)  ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନକୁ ଆଉ ୧୫ ଦିନ ଅର୍ଥାତ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ  ବୃଦ୍ଧି କରିବାକୁ  ନିଷ୍ପତ୍ତି ନେଇଛନ୍ତି | ଲକଡାଉନ ପିରିୟଡ଼ ବୃଦ୍ଧି କରିବାରେ ଓଡିଶା ପ୍ରଥମ ରାଜ୍ୟ | ଏହି ସମୟ ଅର୍ଥାତ ଏପ୍ରିଲ ୩୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଓଡିଶାକୁ ରେଳ ଓ ବିନମାନ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି |  ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଅପାତତଃ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଜଟିଳ ପରିସ୍ଥିତିରେ କରୋନା ଲଢେଇରେ ସହଯୋଗ କରିଥିବା ଯୋଗୁ  ସାଢେ ଚାରିକୋଟି ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ  କରୋନା ରୋଗୀ ଚିହ୍ନଟ ହେଲା ପରଠାରୁ  ଏଯାବତ ୪୨ କାରଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟବାସୀଙ୍କ ଧୈର୍ୟ ଅପରିସୀମ | ଏହି ସମୟ ମଧ୍ୟରେ ସୁପର ପାୱାର ବୋଲି କୁହାଯାଉଥିବା ଆମେରିକାରେ ୩୦୦୦ କାରଣ ପଜିଟିଭରୁ ୪ ଲକ୍ଷ ପଜିଟିଭ କୁ ବୃଦ୍ଧି ପାଇଛି | ଆମେରିକାରେ  ପୂର୍ବର ସବୁ ଯୁଦ୍ଧ ଓ ସେପଟେମ୍ବର ୧୧ ଆକ୍ରମଣରେ ମିଳିତ ଭାବେ ହୋଇଥବା ମୃତ୍ୟୁ ସଂଖ୍ୟା ଠାରୁ  କରୋନାରେ ମୃତ୍ୟୁ ଅଧିକ ହେଲାଣି | ତଥାପି ସେମାନେ ଏ ଯାବତ ଦେଶରେ ସମ୍ପୂର୍ଣ ଲକ ଡାଉନ କରିପାରିନାହାନ୍ତି |

ବର୍ତ୍ତମାନର ଏଇ ସଂକଟମୟ ସଂଦିକ୍ଷଣରେ ଆମକୁ ଲୋକଙ୍କ ଜୀବନ ରକ୍ଷା ଓ ଅର୍ଥନୀତି , ଏ ଦୁଇଟି ଭିତରୁ ଗୋଟିଏ ବାଛିବାକୁ ହେବ |

ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନ ରକ୍ଷା କରିବା ସର୍ବାଦୌ ପ୍ରାଥମିକତା ବୋଲି ନିଷ୍ପତ୍ତି ନିଆଯାଇଛି | ତେଣୁ ରାଜ୍ୟରେ ଲକ ଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି | କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ମର୍ମରେ ଅନୁରୋଧ କରାଯାଇଛି | ଏପ୍ରିଲ ୩୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଓଡିଶାକୁ ରେଳ ଓ ବିନମାନ ସେବା ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି | ବାହାରେ ଫସି ରହିଥିବା ଲୋକମାନଙ୍କ ନିରାପତ୍ତା ଓ ସୁବିଧା ପାଇଁ ଆମେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମାଧ୍ୟମରେ କରାଇବା ସହ ଓଡ଼ିଶାରେ ଫସି ରହିଥିବା ଲୋକଙ୍କ ଯତ୍ନ ସରକାର ନେବେ | ଏହି ଲକ ଡାଉନ ପିରିଆଡ଼ରେ .ସାମାଜିକ ଦୂରତ୍ବକୁ ରକ୍ଷାକରି କୃଷି, ପଶୁପାଳନ, ଏମଜିନରେଗା କାର୍ଯ୍ୟ ଜାରି ରହିବ |

ଏ ସମୟରେ ଖାଦ୍ୟ ନିରାପତ୍ତା ସବୁଠୁ ବଡ ପ୍ରାଥମିକତା | ପୂର୍ବରୁ ହୋଇଥିବା ଘୋଷଣା ଅନୁହେଇ ମାଲ ପରିବହନରେ କୌଣସି ଅସୁବିଧା ହେବ ନାହିଁ | ଆମେ କୋବିଦ ଚିକିତ୍ସା ସୁବିଧା ଓ ଭିତ୍ତିଭୁମିରେ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖୁଛୁ | .ଆମେ ଯଥାଶୀଘ୍ର ସମ୍ଭବ, ପ୍ରାୟ ୧ ଲକ୍ଷ  ରା଼ପୀଡ଼ ଟେଷ୍ଟିଙ୍ଗ  କରାଇବା ପାଇଁ ପଦକ୍ଷେପ ନିଆଯାଇଛି  |  ଟେଲିମେଡିସିନ ସେବା ଜୋଗାଇଦେବାକୁ ସ୍ବେଛାକୃତ ଭାବେ ନିଜକୁ ପଂଜିକୃତ କରିଥବା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି |  ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ |  କରୋନା ଭାଇରସ ମାନବ ଜାତି ପାଇଁ ଶତାବ୍ଦୀର ସବୁଠାରୁ ବଡ ବିପଦ ଭାବେ ଉଭା ହୋଇଛି | ସମୟ ସବୁଦିନ ସମାନ ରହିବନି |  ଆମେ ସମସ୍ତେ ଏହା ବୁଝିବା ଦରକାର ଓ ପରିସ୍ଥିତିର ସମ୍ମୁଖୀନ ହେବ ଦରକାର | ଆମ ବଳିଦାନ ଓ ଜଗନ୍ନାଥଙ୍କ ଆଶୀର୍ବାଦ ବଳରେ ଏ ସମୟ ବି ଅତିକ୍ରାନ୍ତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ପୋଷଣ କରିଛନ୍ତି | 

0
0
0
s2sdefault