ହେଡଲାଇନସ୍:

5 ଲକ୍ଷ ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ଜାରି କରିବ ଆୟକର ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

• ଉପକୃତ ହେବେ 14 ଲକ୍ଷ ଟିକସଦାତା  • ସମସ୍ତ ଜିଏସଟି ଏବଂ ସୀମା ଶୁଳ୍କ ରିଫଣ୍ଡ ମଧ୍ୟ ଜାରି କରାଯିବ • ଏମଏସଏମଇ ସମେତ 1 ଲକ୍ଷ ବ୍ୟବସାୟିକ ସଂସ୍ଥା ହେବେ ଉପକୃତ • ତୁରନ୍ତ ଜାରି ହେଲା ମୋଟ 18,000 କୋଟି ଟଙ୍କାର ରିଫଣ୍ଡ

Bhubaneswar(shasak prashasak) : କୋଭିଡ-19 ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ରିହାତି ଦେବା ଉଦ୍ଦେଶ୍ୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ତୁରନ୍ତ ଜାରି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ 14 ଲକ୍ଷ ଟିକସଦାତା ଉପକୃତ ହୋଇପାରିବେ।

ସେହିପରି ସମସ୍ତ ବକେୟା ଜିଏସଟି ଏବଂ ସୀମାଶୁଳ୍କ ରିଫଣ୍ଡ ଫେରସ୍ତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ଏମଏସଏମଇ ସମେତ 1 ଲକ୍ଷ ବ୍ୟବସାୟିକ ସଂସ୍ଥା ଲାଭାନ୍ବିତ ହୋଇପାରିବେ । ଏହିପରି ଭାବେ ମୋଟ 18,000 କୋଟି ଟଙ୍କାର ରିଫଣ୍ଡ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ମିଳିଛି ।

0
0
0
s2sdefault