ହେଡଲାଇନସ୍:

 ରାସନ କାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବଂଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, କୁୁରାଳ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଂଚାୟତରେ ରାସନ କାର୍ଡ ହିତାଧିକାରୀଙ୍କୁ ଆର୍ଥୀକ ସହାୟତା ବଂଟନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣ ଭୟରେ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବାରୁ ଲୋକମାନେ କୈାଣସି କାମଧନ୍ଦା ନପାଇ ଘରେ ବସି ରହିଥିବା ବେଳେ ଅନ୍ୟ କେତେକ ପରିବାର ମୁଖିଆମାନେ ବାହାରକୁ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି । ଫଳରେ ସେମାନଙ୍କ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇ ପଢିଛି । ଏହାକୁ ହୃଦବୋଧ କରି ସରକାରଙ୍କ ଘୋଷଣା ଅନୁସାରେ କୁରାଳ ସରଂପଚ ଝିଲି ପ୍ରଧାନ ଓ ସୁନାମୁହିଁ ସରପଂଚ ମାନସ ସାହୁ ଗାଁରେ ବୁଲି ବୁଲି ରାସନକାର୍ଡ ହିତାଧିକାରୀ ମାନଙ୍କୁ ୧ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । 

 

0
0
0
s2sdefault