ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲାରେ ଖବରଦାତା ପରିଚୟ ଦେଇ ଜଣେ ବ୍ୟକ୍ତି ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼(ହରଚଣ୍ଡ ଦେଉରିଆ)  :- ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ବିଭିନ୍ନ ସରକାରୀ କର୍ମଚାରୀ ମାନେ ଏହି ଜିଲ୍ଲାରେ ଅନେକ ହରିଲୁଟ ଚଳାଇଥିବା ନଜିର ରହିଛି | ଆଉ ଏବେ ସବୁଠୁ ସହଜ ଉପାୟ ପାଲଟିଛି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେବା |  ଜିଲ୍ଲାରେ ସାମ୍ବାଦିକ ପରିଚୟ ଦେଇ ଅନେକ ବୁଲା ବାଉଳା ବ୍ୟକ୍ତି କଥକଥିତ ସାମ୍ବାଦିକ ପରିଚୟ ଦେଇ ଜିଲ୍ଲାରେ ଗରିବ ଅସହାୟ ଲୋକଙ୍କୁ ହରିଲୁଟ କରୁଥିବା ଚର୍ଚ୍ଚାର୍ ବିଷୟ ହୋଇଥିବା ବେଳେ ଗତକାଲି ସୁନ୍ଦରଗଡ଼ ଜ଼ିଲାର୍  ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ  ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସେ ହେଲେ ସୁନ୍ଦରଗଡ଼ର ସୀତାରାମ ବେହେରା। ସେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବାବେଳେ ଗ୍ରାମବାସୀ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ତାଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ଆଇପିସିର ଦଫା ୪୧୯/୪୨୦ରେ ଏକ ମାମଲା ( ୩୯) ରୁଜୁ ହୋଇଛି। ହେଲେ ଜିଲ୍ଲାରେ ଏହା ଗୋଟିଏ ନୁହେଁ ଅନେକ ଏହିପରି ବ୍ୟକ୍ତି ବିନା ପରିଚୟ ପତ୍ର ବିନା ଖବର କାଗଜ ଅଫିସ ତରଫରୁ କୌଣସି ପ୍ରଶାସନ ପାଖରେ ତାଙ୍କର ପରିଚୟ ନଥାଇ ମଧ୍ୟ ସାମ୍ବାଦିକ ବୋଲାଇ ଏବେ କରୋନା  ଭୁତାଣୁ ସଂକ୍ରମଣ ର୍ ଅନେକ ଫାଇଦା ଉଠାଉଥିବା ଜିଲ୍ଲାରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇ ଥିବା ବେଳେ | ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର୍ ପଦବୀ ଖାଲି ପଡିଥିବା ବେଲେ କିଛି କଥା କଥିତ ବ୍ୟକ୍ତିଙ୍କ ଇଙ୍ଗିତରେ ଚାଲିଛି ସୂଚନା ଓ ଲୋକସମ୍ପର୍କ ଅଫିସ | ତେଣୁ ସାମ୍ବାଦିକମାନଙ୍କୁ ଚିହ୍ନଟ କରିବା ଦାୟିତ୍ୱ ଯାହା ମୁଣ୍ଡରେ ସେ ପଦବୀ ଯଦି ଏତେଦିନ ଧରି ଖାଲି ରାହିବା ଫଳରେ ସାମ୍ବାଦିକ ନାମରେ କିଛି ଜାଳି ଲୋକଙ୍କ ଦୌରାତ୍ମ୍ୟ ବ୍ୟାପିବା ସ୍ୱାଭାବିକ |  ତେଣୁ ଭବିଷ୍ୟତରେ ଏମିତି ନହେଉ ସେଇଥି ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିଲ୍ଲାରେ ଦିଆଯାଉ ବୋଲି ଜନସାଧାରଣ ଦାବୀ କରିଛନ୍ତି |

 

 

0
0
0
s2sdefault