ହେଡଲାଇନସ୍:

ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ , ଜଣେ ମୃତ, ଦୁଇ ସୁସ୍ଥ,  ୩୯ ଜଣ ଚିକିତ୍ସିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଜବ ପ୍ରଚାର ଅଭିଯୋଗରେ ୫୫ ଜଣଙ୍କୁ ପୋଲିସ୍ ଗିରଫ

ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି  ନଂ-୧୮୦୦୩୪୫୬୭୦୩ ଜାରି

ଭୁବନେଶ୍ୱର : (ଶାସକ ପ୍ରଶାସକ) :ଏପ୍ରିଲ ୮ ତାରିଖ ସୁଦ୍ଧା  ଓଡ଼ିଶାରେ ୨୪୪୧ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଚିକିତ୍ସିତ ହେଉଛନ୍ତିା  କୋଭିଡ୍-୧୯ ପଜିଟିଭଙ୍କ ମଧ୍ୟରୁ  ଭୁବନେଶ୍ୱରରୁ ୩୪ ଜଣ, ଭଦ୍ରକରୁ ୩ ଜଣ ଓ କଟକ, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତା ଆଜି ୯୧ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକବାସ ଅଛନ୍ତି ବୋଲି  କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା  ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ଶ୍ରୀ  ଵାଗଚୀ କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  ଓ  ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍  କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତିା ଏହିସବୁ ଜିଲ୍ଲାଗୁଡ଼ିକରେ କୋଭିଡ୍-୧୯ ହସ୍ପିଟାଲ୍ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ସଂପୃକ୍ତ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତିା କୋଭିଡ୍-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩ କୋଟି ହିତାଧୀକାରୀଙ୍କୁ ଅପ୍ରେଲ୍, ମଇ ଓ ଜୁନ୍ ୩ ମାସ ପାଇଁ ୫.୬୫ ଲକ୍ଷ ମେଟ୍ରିକ  ଟନ୍ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛିା 

 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୮,୪୭,୫୦୫ ପରିବାରଙ୍କୁ ୧୦୦୦ ଟଙ୍କା ହିସାବରେ ୧୮୪.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛିା ଏହି ଅର୍ଥ ରାଶି ପ୍ରଦାନରେ ୩୬,୦୨୦ ନୂତନ ଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତିା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ୧୨,୩୫୬ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୩୧,୯୦,୩୫୨ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛିା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯାଉଛିା ଭିନ୍ନକ୍ଷମ ଏବଂ ବୟସ୍କ ନାଗରିକଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯାଉଛିା ଦରଦାମ ନିୟନ୍ତ୍ରଣ ପାଇଁ ଦୋକାନବଜାରଗୁଡ଼ିକ ନିୟମିତ ଯାଞ୍ଚ ଓ ତଦାରଖ କରାଯାଉଛିା ରନ୍ଧନ ଗ୍ୟାସର ବିତରଣ ଏବଂ ପେଟ୍ରୋଲ୍ ପମ୍ପରେ ବିକ୍ରିବଟା ସଂପୂର୍ଣ୍ଣ ସ୍ୱାଭାବିକ ଅଛିା 

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୫,୦୦୦ ଅତିଥି  ଶ୍ରମଜୀବୀଙ୍କୁ ୧୯୪୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି  ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି  ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା  ଆଜି ରାଜ୍ୟର ୫୨୬୪ ଗ୍ରାମ ପଞ୍ଚାୟତରେ ୩,୨୭,୯୫୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୩ଟି ପୌରାଞ୍ଚଳରେ ୨୭,୬୮୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା ଚଳିତ ରବି ଋତୁରେ କୃଷି କାର୍ଯ୍ୟ ଏବଂ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କୃଷକ ଓ କୃଷି ଶ୍ରମଜୀବୀ ସେମାନଙ୍କ କାର୍ଯ୍ୟ ପୂର୍ବ ପରି ଜାରି ରଖିବେ |  ଫଳ ଓ ପନିପରିବା ସହିତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଅମଳରେ ନିୟୋଜିତ ଶ୍ରମଜୀବୀମାନେ ସାମାଜିକ ଦୂରତ୍ୱ ବଜାୟ ରଖି  କାର୍ଯ୍ୟ କରିବୋ ବିଭିନ୍ନ କୃଷି ସାମଗ୍ରୀ, କୃଷି ଓ ଉଦ୍ୟାନକୃଷି ଉତ୍ପାଦଗୁଡ଼ିକୁ ବିପଣନ ପାଇଁ ଖୁଚୁରା ବେପାରୀ ଓ ପରିବହନ ମାଲିକମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିନା କଟକଣାରେ ପରିବହନ କରିପାରିବୋ ବିହନ, ସାର ଓ କୀଟନାଶକ ଦୋକାନ, ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା  ବିହନ ପ୍ରକି୍ରୟାକରଣ କେନ୍ଦ୍ରଗୁଡ଼ିକ ବିନା କଟକଣାରେ କାର୍ଯ୍ୟ କରିବୋ କୃଷି ଯନ୍ତ୍ରପାତିର ପରିବହନ ଅବ୍ୟାହତ ରହିବା 

୫ରୁ ୧୮ ବର୍ଷ ବୟସର ଶିଶୁ ତଥା କିଶୋରମାନଙ୍କୁ ଲକ୍ ଡାଉନ୍ ସମୟରେ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଅପ୍ରେଲ୍ ୨ ତାରିଖରୁ ଆରମ୍ଭ ହୋଇଥିବା "ମୋ ପ୍ରତିଭା' ଅନ୍ଲାଇନ୍ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୫୪୪୪ ଜଣ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଶିଶୁ ଯତ୍ନ  ଅନୁଷ୍ଠାନର ଅନ୍ତେବାସୀ, ଜନଜାତି ବର୍ଗର ଶିଶୁ ଏବଂ କିଶୋରମାନେ ଭାଗ ନେଇଛନ୍ତିା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୭ରୁ ଅପ୍ରେଲ ୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୬୯ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୫୨ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୪ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ, ୩ଟି ଗୁଜବ ସୃଷ୍ଟି ପାଇଁ ଓ ୧୦ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୩୦୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୫୫ ଜଣଙ୍କୁ ପୋଲିସ୍ ଗିରଫ କରିଛିା

0
0
0
s2sdefault