ହେଡଲାଇନସ୍:

ଜାଣିରଖନ୍ତୁ  ଭୁବନେଶ୍ୱରର କେଉଁ ଗୁଡିକ କଣ୍ଟେନମେଣ୍ଟ ଜୋନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛିା ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ କରାଯାଉଛି କିମ୍ବା ସଂକ୍ରମିତ ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସଂକ୍ରମିତ ରାଜ୍ୟ କିମ୍ବା ବିଦେଶରୁ ଆସିଥିବା ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବାର ଗସ୍ତ ଇତିହାସ ରହିଛି, ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛିା ସେହିସବୁ ଅଞ୍ଚଳରେ ଅକଫିଭ୍ ସର୍ଭେଲାନ୍ସ କରାଯାଇ ପ୍ରତିଦିନ ବିଏମ୍ସି ତରଫରୁ ବିଭିନ୍ନ ଟିମମାନେ  ଗସ୍ତ କରି ଲୋକମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି କି ନାହିଁ, ସେ ସଂପର୍କରେ ତଦାରଖ କରୁଛନ୍ତିା ଯଦି ସେମାନଙ୍କର କୋଭିଡ୍-୧୯ ରୋଗ ସଂପର୍କିତ କୌଣସି ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ଅକଫିଭ୍ ଟେଷ୍ଟିଂ କରାଯାଉଛିା 

ସୂର୍ଯ୍ୟନଗର କେସର  କଣ୍ଟେନମେଣ୍ଟ ଜୋନ୍ ସୀମା ହେଉଛି ଏଲ୍ଆଇସି ଛକଠାରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକଠାରୁ ସିରିପୁର ଛକ, ସିରିପୁର ଛକଠାରୁ ଗୋପବନ୍ଧୁ ଛକ ଏବଂ ଗୋପବନ୍ଧୁ ଛକଠାରୁ ଏଲ୍ଆଇସି ଛକା 

ସତ୍ୟନଗର କେସର  କଣ୍ଟେନମେଣ୍ଟ ଅଞ୍ଚଳ ହେଉଛି ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତାଞ୍ଜଳି ଷ୍ଟୋର, ପତାଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସରର୍ସ କ୍ୱାଟର୍ସ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସରୁ ସତ୍ୟନଗର ଛକ ଭାୟା ମିଶିନାରିଜ୍ ଅଫ୍ ଚାରିଟି ଏବଂ ଆକ୍ସିସ୍ ବ୍ୟାଙ୍କା ଏହାଛଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୩ର କ୍ୱାଟର୍ସକୁ କ୍ୱାରାଣ୍ଟାଇନ୍ କରାଯାଇଛିା 

ବମିଖାଲ ଅଞ୍ଚଳର କଣ୍ଟେନମେଣ୍ଟ ଜୋନ୍ ସୀମା ହେଉଛି କାଫେକଫି ଡେ ଲେନ୍ରୁ ଝାଡ଼ପଡ଼ା କେନାଲ୍ ରୋଡ୍, ଝାରପଡ଼ା କେନାଲ୍ ରୋଡ୍ରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡ୍, କଟକ-ପୁରୀ ରୋଡ୍ରୁ କାଫେକଫି ଡେ ଲେନ | ବିଜେବି ନଗର ସବ୍ ପୋଷ୍ଟ ଅଫିସ୍କୁସଂପୂର୍ଣ୍ଣ ସିଲ୍ କରାଯାଇଛିା ସୁନ୍ଦରପଦା ଅଞ୍ଚଳର କଣ୍ଟେନ୍ମେଣ୍ଟ ଜୋନ୍ ସୀମା ହେଉଛି ସୁନ୍ଦରପଦା ମୁନିସିପାଲିଟି ଡାକ୍ତରଖାନା ଛକଠାରୁ କାଳୁଆଶୁଣୀ ମନ୍ଦିର, ସୁନ୍ଦରପଦା ମୁନିସିପାଲିଟି ଛକଠାରୁ ସରକନ୍ତରା ନ୍ୟୁ  କଲଭର୍ଟ-ନ୍ୟୁ  ରେଳବାଇ  ଟ୍ରାକ୍, କାଳୁଆଶୁଣୀ ମନ୍ଦିରଠାରୁ ଟାଟା ପ୍ରୋଜେକଫ ଏସ୍ଟିପି, ଟାଟା ପ୍ରୋଜେକଫ ଏସ୍ଟିପିଠାରୁ ସରକନ୍ତରା ରେଳବାଇ ଟ୍ରାକ୍ ନିକଟସ୍ଥ ନ୍ୟୁ  କଲଭର୍ଟା

ଯଦୁପୁର ଓ ବେଗୁନିଆ ଅଞ୍ଚଳର କଣ୍ଟେନମେଣ୍ଟ ଜୋନର  ସୀମା ହେଉଛି ପାଲାମଣ୍ଡପ ଛକଠାରୁ ଯଦୁପୁର ଗ୍ରାମ, ପାଣିଟାଙ୍କିଠାରୁ ଯଦୁପୁର ଗାଁ, ମେନ୍ ରୋଡ୍ ଅଟୋ ଷ୍ଟାଣ୍ଡଠାରୁ ଯଦୁପୁର ଗାଁ, ଆମ୍ବେଦକର ଶିକ୍ଷାକେନ୍ଦ୍ରଠାରୁ ଯଦୁପୁର ଗ୍ରାମା 

ଏହା ବ୍ୟତୀତୟୁନିଟ୍-୫ରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ  କାର୍ଯ୍ୟାଳୟ ଓ ଆବାସିକ କଲୋନୀକୁ ମଧ୍ୟ କ୍ୱାରାଣ୍ଟାଇନରେ  ରଖାଯାଇଛିା ସେ ସ୍ଥାନରେ ମଧ୍ୟ ସର୍ବେକ୍ଷଣ ଏବଂ ନମୁନା ପରୀକ୍ଷା କରାଯାଉଛିା  ସୂର୍ଯ୍ୟନଗରରେ ଥିବା କଣ୍ଟେନମେଣ୍ଟ ଅଞ୍ଚଳରେ ୨୧୨୫ ପରିବାର ଅଛନ୍ତିା ସେହି ପରିବାରଙ୍କ ମଧ୍ୟରୁ ପ୍ରତିଦିନ ଏହାର ଅନ୍ତତଃ ୫୦ ପ୍ରତିଶତ ଲୋକଙ୍କର ଘରକୁ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟରେ ନିୟୋଜିତ ଟିମ୍ ଘରକୁ ଘର ଯାଇ ଯଦି ସେମାନଙ୍କର କୌଣସି ପ୍ରକାର ଲକ୍ଷଣ ଦେଖାଯାଉଛି, ସେମାନଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଉଛିା ବିଏମସି ତରଫରୁ ଆଜି ୪୦୦୦ରୁ ଉର୍ଧ୍ଵ  ନମୁନା ସର୍ବେକ୍ଷଣ କରାଯାଇଛିା ଆଜାଦ୍ନଗର ଅଞ୍ଚଳର ୪୩୦ ପରିବାର, ବମିଖାଲର ୨୭୭୭, ସତ୍ୟନଗରର ୨୫୦୦, ଆଇବି କଲୋନୀର ୧୦୭ଟି ନମୁନା ସର୍ବେକ୍ଷଣ କରାଯାଇଛିା 

 

0
0
0
s2sdefault