ହେଡଲାଇନସ୍:

ମନ୍ଦିର ସେବାୟତ ଓ ପାଇକମାଲ ନାଗରିକ କମିଟି ସହିତ ଆଲୋଚନା କଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକ ପ୍ରଶାସକ  :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ପହଂଚି  ମନ୍ଦିର ପରିଚାଳନା କମିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ମହାପ୍ରଭୁଙ୍କ ସେବାୟତ ମାନଙ୍କର ସହିତ ଆଲୋଚନା କରିଥିଲେ । ମୁଖ୍ୟତଃ ଲକଡାଉନ ପରେ ମନ୍ଦିର ପରିସରରେ ହେଉଥିବା ବିଭିନ୍ନ ଅସୁବିଧା ଆଲୋଚନା କରିଥିଲେ ଉପଜିଲ୍ଲାପାଳ । ଏହାପରେ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ନାଗରିକ କମିଟି ର ସଭ୍ୟଙ୍କ ସହିତ କୋରୋନା ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ନାଗରିକ କମିଟିର ସଭ୍ୟ ମାନେ ପାଇକମାଲ ଓ ଝାରବନ୍ଧ ଅଞ୍ଚଳରେ ହେଉଥିବା ବିଦ୍ୟୁତ ବିଭ୍ରାଟ ଉପରେ ଉପଜିଲ୍ଲାପାଳ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଲାପାଳ ତୁରନ୍ତ ବିଦ୍ୟୁତ ବିଭାଗର SDO ଶ୍ରୀ ପୁରନ୍ଦର ସାହୁ ଓ JE ଶ୍ରୀ ମନୋଜ କୁମାର ମେହେର ଙ୍କୁ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେବା ସହିତ ନାଗରିକ କମିଟିର ସହଯୋଗ ଲୋଡିଥିଲେ । ଏହା ସହିତ ପାଇକମାଲ ଅଂଚଳରେ ବୃଦ୍ଧି ପାଉଥିବା ବେଆଇନ ମଦ ଓ କୋରେକ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ , ବରିଷ୍ଠ ସଦସ୍ୟ ଶ୍ରୀ ବିନୋଦ କୁମାର କାଳିଆ , ଶରତ ବଡ଼ପଣ୍ଡା , ପ୍ରେମ ସାଗର ଫୌଜଦାର , ଅଧିବକ୍ତା ରାଜୁ ସାହୁ , ବିଦ୍ୟୁତ ବିଭାଗର ଅଧିକାରୀ ସାମ୍ବାଦିକ ବଡ଼ ସତପଥୀ , ସୁରଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ 

 

0
0
0
s2sdefault