ହେଡଲାଇନସ୍:

ସରପଞ୍ଚ ଓ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦେଲେ ୪୦୦୦୦ ଟଙ୍କା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ :- ଦାନ ଦେବାର ଇଚ୍ଛା ଥିଲେ ମଧ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ |  ସମସ୍ତ ମାନବ ଜାତି  ପାଇଁ ବର୍ତ୍ତମାନ ଏକ ସମ୍ବେଦନଶୀଳ ସମୟ । ଏହି ସମୟରେ ମଣିଷ ସାମାଜର ମଙ୍ଗଲ ପାଇଁ ଦାନ କରିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ବର୍ତ୍ତମାନ ପଦ୍ମପୁର ଅଂଚଳର ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସହିତ ସାମିଲ ହେଇଛନ୍ତି । ଏହି ବିପଦପୂର୍ଣ୍ଣ ସମୟରେ ମୁଖମନ୍ତ୍ରୀ ଙ୍କର ରିଲିଫ ପାଣ୍ଠିକୁ ନିଜର ସହଯୋଗ ଦେବାପାଇଁ ଆଗେଇ ଆସିଛନ୍ତି  ଝାରବନ୍ଧ ବ୍ଲକ. ଭାଣ୍ଡରପୁରୀ ଗ୍ରାମପଞ୍ଚାୟତ ର ସରପଞ୍ଚ ଭୋଜରାଜ ବାଗ ଓ ତାଙ୍କର ସ୍ତ୍ରୀ ଭୁବନେଶ୍ୱରୀ ବାଗ । ଶ୍ରୀ ବାଗ ଆଜି ନିଜର ସହଧାର୍ମିଣୀ ଙ୍କ ସହିତ  ଝାରବନ୍ଧ B. D. O. ଶ୍ରୀ ରୁନୁ ଲାକ୍ରା ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ Rs40000(ଚାଳିଶି ହଜାର) ଟଙ୍କା ର ଚେକ୍ ପ୍ରଦାନ ପ୍ରଦାନ କରିଛନ୍ତି । ଶ୍ରୀ ବାଗ ଙ୍କର ଏହି ମହତ କାର୍ଯ୍ୟ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି BDO ଶ୍ରୀ ଲାକ୍ରା ପ୍ରକାଶ କରିଛନ୍ତି ।

 

0
0
0
s2sdefault