ହେଡଲାଇନସ୍:

ଅନୁକରଣୀୟ : କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ଓ କନ୍ୟା ପ୍ରସ୍ତୁତ କଲେ ମାସ୍କ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ପାଇଁ ସବୁକିଛି ଠପ ହୋଇପଡିଥିବା ବେକେ ସାରାଦେଶ ଘର ଭିତରେ ଆବଦ୍ଧ | ଆଉ ୨୧ ଦିନିଆ ଲକ  ଡାଉନ ଏକପ୍ରକାର ଗୃହ ବନ୍ଦୀ କରି ରଖିଛି ସମସ୍ତଙ୍କୁ | କେହି କେହି ଏଖକୁ ଦଣ୍ଡ ବୋଲି ଭାବି ନେଇଥିବା ବେଳେ ଆଉ କେହି କେହି ଏହି ଲକ ଡାଉନକୁ ସକାରାତ୍ମକ ଢଙ୍ଗରେ ନେଇ ପାରିବାର ଭିତରେ ସମୟ ଅତିବାହିତ କରୁଛନ୍ତି | ନିଜ ପରିବାର ଭିତରେ କାଟୁଛନ୍ତି ସମସ୍ତେ ଜୀବନର ଏଇ ନିରୋଳା ମୁହୂର୍ତ୍ତ | କିଏ ଟିଭି ଦେଖୁଛି, କିଏ ମୋବାଇଲରେ ବ୍ୟସ୍ତ ରହୁଛି, କିଏ ରୋଷେଇ ଆଉ ଘରକାମ ବା ଆଉ କିଏ ନିଜ ବଗିଚାରେ | ଆଉ କେହି ଘର ଭିତରେ ରହି ବି ପଡୋଶୀ, ସମାଜ ବା ଦେଶ ବିଷୟରେ ଚିନ୍ତା କରୁଛି | ଏଇ ତିରୋଟ ସମୟରେ ବାହାରକୁ ନଯାଇ କେମିତି ଲୋକଙ୍କୁ ସାହାଯ୍ୟ କରିହେବ ବା ପ୍ରତିବେଶୀଙ୍କ କାମରେ ଆସିହେବ ସେ ଦିଗରେ ଚେଷ୍ଟିତ ଅଛନ୍ତି |ଆଉ ଏହି ସମୟରେ ନିଜକୁ ଗୁଣ୍ଡୁଚି ମୂଷା ଭଳି ସମାଜର କାମରେ ସାମିଲ କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ଓ କନ୍ୟା ନୈମିଷା |

କେନ୍ଦ୍ର ମନ୍ତ୍ରୀଙ୍କ ଧର୍ମପତ୍ନୀ ଭାବେ ନୁହଁନ୍ତି ଜଣେ ଜଣାଶୁଣା ସମାଜସେବୀ ତଥା ସାଙ୍ଗଠିକ ଭାବେ ଜଣାଶୁଣା ମୃଦୁଳା ସମାଜର ବିଭିନ୍ନ ବର୍ଗର ସହାୟତା ପାଇଁ ଅନେକ ସମୟରେ ସହଯୋଗ କରି ଆସିଥିବା ବେଳେ ଏଇ ତାଲା ବନ୍ଦ ସମୟରେ ଘରେ ବଳକା ସମୟକୁ ବ୍ୟବହାର କରୁଛନ୍ତି ସମାଜ ପାଇଁ | ଆଉ ଏବେ ଘରେ ବସି ତିଆରି କରୁଛନ୍ତି ମାସ୍କ | କେବଳ ସେ ନୁହନ୍ତି, ତାଙ୍କ କନ୍ୟା ନୈମିଷା ବି ମାଆଙ୍କ ଭଳି ନିଜ ଫାଙ୍କ ସମୟରେ ତିଆରି କରୁଛନ୍ତି ମାସ୍କ | ଆଉ ଏ ବିଷୟ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର  ପ୍ରଧାନ ତାଙ୍କ ଟୁଇଟର ହାଣ୍ଡଲ ରେ | ସେ ଲେଖିଛନ୍ତି ଯେ " We should all try and do our bit for society in these difficult times. Proud of my wife Mridula and daughter Naimisha who are  making safety masks for all of us at home, and also for others who need it. No better time to hone your skills and learn new ones." | ଅର୍ଥାତ ଆମେ ସମସ୍ତେ ଏଇ ଜଟିଳ ପରିସ୍ଥିତିରେ ସମାଜ ପାଇଁ ନିଜ ସାମର୍ଥ୍ୟ ଓ ସାଧ୍ୟ ମତେ କିଛି କିଛି କରିବାପାଇଁ ଚେଷ୍ଟା କରିବାକୁ ପଡିବ | ମୋ ଧର୍ମପତ୍ନୀ ମୃଦୁଳା ଓ କନ୍ୟା ନୈମିଷା ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ନିରାପତ୍ତା ମାସ୍କ ତିଆରି କରିବା ଦେଖି ମୁଁ ଗର୍ବିତ" ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର | ବାସ୍ତବିକ ଘର ଭିତରେ ନିଜ ସମୟର ସଦୁପଯୋଗ କରି ନିହକୁ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଏହା ପ୍ରେରଣା ନିଶ୍ଚୟ |

0
0
0
s2sdefault