ହେଡଲାଇନସ୍:

ନିଜାମୁଦ୍ଦିନରୁ  ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣ ଓଡ଼ିଶାର ବୋଲି ଚିହ୍ନଟ: ୨୫  ନେଗେଟିଭ୍, ୩ ଜଣ ପଜିଟିଭ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୯୧ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ 

୬୧ଟି ସହରାଞ୍ଚଳର ୧୯,୭୫୯ ଜଣ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ 

୫୧୯୯ ଗ୍ରାମ ପଞ୍ଚାୟତରେ ୩,୦୭,୧୭୩ ଜଣ ଓ  ୧୦୭ଟି ପୌରାଞ୍ଚଳରେ ୨୩,୫୭୪ ଜଣଙ୍କୁ ରନ୍ଧାଖାଦ୍ୟ

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୩୯୫ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ଏମାନଙ୍କ ମଧ୍ୟରୁ ୩ ଜଣ କ୍ୟାପିଟାଲ୍ ହସ୍ପିଟାଲରେ , ଜଣେ ଏମ୍ସରେ  ଓ ଅବଶିଷ୍ଟ ୧୬ ଜଣ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତିା କୋଭିଡ୍-୧୯ ପଜିଟିଭଙ୍କ  ମଧ୍ୟରେ ଭୁବନେଶ୍ୱରରୁ ୧୪ ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଭଦ୍ରକରୁ ୩ ଜଣ ଓ ଯାଜପୁରର ଜଣେ ଅନ୍ତର୍ଭୁକ୍ତା  ୪ର୍ଥ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୪୨ ଜଣଙ୍କ ମଧ୍ୟରୁ ୨ ଜଣଙ୍କର କୋଭିଡ୍ ପଜିଟିଭ୍ ଜଣାପଡ଼ିଛିା ସେହପରି ୫ମ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପଜିଟିଭ୍ ଥିବା ଜଣାପଡ଼ିଛିା  ଅନ୍ୟ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସଂପର୍କରେ ଅନୁସନ୍ଧାନ ଜାରି ରହିଛିା ଆଜି ୯୧ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା ଦିଲ୍ଲୀ ନିଜାମୁଦ୍ଦିନରୁ  ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣ ଓଡ଼ିଶାର ବୋଲି ଚିହ୍ନଟ ହୋଇଛନ୍ତିା ସମସ୍ତଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇଛିା ସେଥିରୁ ୨୫ ଜଣ ନେଗେଟିଭ୍ ଥିବାବେଳେ ୩ ଜଣ ପଜିଟିଭ୍ ଜଣାପଡ଼ିଛିା (କଟକ, ପୁରୀ ଓ ଯାଜପୁରର ଜଣେ ଲେଖାଏଁ) ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା  ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ  ସୂଚନା ଦେଇଛନ୍ତିା 

ଶ୍ରୀ ଵାଗଚୀ କହିଛନ୍ତି ଯେ,  ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ତୁରନ୍ତ କୋଭିଡ୍-୧୯ ପରୀକ୍ଷା କରିବାକୁ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତିା କୋଭିଡ୍-୧୯କୁ ମାନବଜାତିର ସବୁଠାରୁ ବଡ଼ ଶତ୍ରୁ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ସମସ୍ତ ବନ୍ଧୁମାନଙ୍କୁ ତୁରନ୍ତ ୧୦୪ ଟୋଲ୍ ଫ୍ରି  ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତିା ଏହା ହେଲେ କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତିା ସେ ମଧ୍ୟ ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ମା'ମାନଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତିା 

ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି  ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ଦୃଢ଼ ନଜର ରଖି  କୋଭିଡ୍-୧୯ର ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଅତ୍ୟାବଶ୍ୟକ ହୋଇପଡ଼ିଛିା ଏଣୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଏବଂ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ମାଲିକମାନେ ଡାକ୍ତରଖାନାରେ ଜଟିଳ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଏବଂ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତାର ବିବରଣୀ ଜିଲ୍ଲା ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ କକ୍ଷ(District IDSP Cell) ଓ ରାଜ୍ୟ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ କକ୍ଷ(State IDSP Cell)କୁ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛିା ଘରୋଇ ଡାକ୍ତରଖାନାଗୁଡ଼ିକ ଏହାର ଊଲ୍ଲଂଘନ କଲେ କ୍ଲିନିକାଲ ଏସ୍ଟାବ୍ଲିସ୍ମେଣ୍ଟ ଆଇନ (Clinical Establishment Act) ଅନୁଯାୟୀ ସେଗୁଡ଼ିକୁ ସିଲ୍ କରାଯିବା ସମସ୍ତ ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକୁ ଏହା ଅବଗତ କରିବା ପାଇଁ ଘରୋଇ ସ୍ୱାସ୍ଥାନୁଷ୍ଠାନ ସଂଘର କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା 

ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଛାକୃତ  ଭାବରେ ଆଲୁଅ ଲିଭାଇବାକୁ  ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ପରିପ୍ରେକ୍ଷୀରେ ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖି ପାରିବୋ ସେହିପରି ରାସ୍ତାଘାଟ ଆଲୋକ ବ୍ୟବସ୍ଥା ସହ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାସଂସ୍ଥାଗୁଡ଼ିକରେ ବିଦୁ୍ୟତ ବ୍ୟବସ୍ଥା ଜାରି ରହିବା ସେହପରି ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍ ସୁଇଚ୍ ଅଫ୍ ନକରିବାକୁ ଅନୁରୋଧ କରାଯାଉଛିା ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍ଗୁଡ଼ିକୁ ଅନ୍ କରିବାକୁ ପରାମର୍ଶ ଦିଆଯାଇଛିା 

 ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଘୋଷଣା କ୍ରମେ ବର୍ତ୍ତମାନ ସୁଦ୍ଧା ୬୧ଟି ସହରାଞ୍ଚଳର ୧୯,୭୫୯ ଜଣ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ  ସହାୟତା ପ୍ରଦାନ କରାଯାଇଛିା  ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୮,୦୦୦ ଅତିଥି ଶ୍ରମିକଙ୍କୁ ୪୧୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି  ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା 

ଆଜି ରାଜ୍ୟର ୫୧୯୯ ଗ୍ରାମ ପଞ୍ଚାୟତରେ ୩,୦୭,୧୭୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୭ଟି ପୌରାଞ୍ଚଳରେ ୨୩,୫୭୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୩ରୁ ଅପ୍ରେଲ ୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୫ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୩୦ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଓ ୧୨ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତା 

 

 

 

 

 

 

 

0
0
0
s2sdefault