ହେଡଲାଇନସ୍:

ଦେହରେ ନିଆଁ ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସ୍ଥାନୀୟ ଖଦାଳପଡା ଗୌରାଙ୍ଗ ବେହେରାଙ୍କ ଝିଅ ଅନୁ ବେହେରା( ୧୬ )ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ଯା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଅନୁ ୫ ବର୍ଷ ହେବ ତାଙ୍କ କାକା ହରି ବେହେରାଙ୍କ ଘରେ ପାଠ ପଢୁଥିଲା । ସମସ୍ତେ ଖାଇସାରି ଟିଭି ଦେଖିବାର ବ୍ୟସ୍ତ ଥିବାବେଳେ ଏହା ସୁଯୋଗ ନେଇ ଅନୁ ନିଜ ପଢା ଘରକୁ ଯାଇଥିଲେ । ସେଠାରେ ସେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଘରୁ ଧୂଆଁ ବାହାରୁଥିବା ପରିବାର ଲୋକେ ଦେଖି ତୁରନ୍ତ ଘର କବାଟ ଭାଙ୍ଗି ଭିତରେ ଦେଖିଲାବେଳକୁ ଅନୁଙ୍କ ଦେହ ସମ୍ପୁର୍ଣ ପୋଡି ଯାଇଥିଲା ।ତାଙ୍କ ବାପା ଗୌରାଙ୍ଗ ଏ ବିଷୟରେ ସୁବଳୟା ଥାନାକୁ ଜଣାଇଥିଲେ । ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ଯବଛେଦ ପାଇଁ ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନା କୁ ପକାଇଦେଇଥିଲା । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ଥାନା ଅଧିକାରୀ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି ।

0
0
0
s2sdefault