ହେଡଲାଇନସ୍:

ପାଉରୁଟି ଗାଡ଼ିରେ ଗୁଟଖା ଚାଲାଣ : ଚଢ଼ାଉ କରି ଧରିଲା ନୂଆପଡା ପୋଲିସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିପୁଳ ପରିମାଣରେ ଗୁଟଖା ଓ ଖଇନି ଜବତ, ଭ୍ୟାନ ସହ ୨ ଗିରଫ

ନୂଆପଡ଼ା(ଅମିତ ପୁରୋହିତ) : କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏଥିରେ ଗ୍ରୋସେରି, ପନିପରିବା, ମାଛ, ମାଂସ, ଅଣ୍ଡା ଭଳି ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ସହ ମେଡିକାଲ ଷ୍ଟୋର ଖୋଲା ରହିଛି । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ପାଉରୁଟି ଗାଡ଼ିରେ ଗୁଟଖା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ସଦର ପୋଲିସ ଚଢାଉ କରି ବେଆଇନ ଭାବେ ଗୁଟଖା ଚାଲାଣ ଅଭିଯୋଗରେ ଏକ ମାରୁତି ଭ୍ୟାନ ସହ ବହୁ ଗୁଟଖା ସାମଗ୍ରୀକୁ ପୁଲିସ ଜବତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

        ଗତ ୨୫ ତାରିଖରୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଏଥିରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଓ ଚାଳାଣ କରିବାକୁ ସରକାର ନିଦେ୍ର୍ଧଷ ଦେଇଛନ୍ତି । ଅନ୍ୟ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଛି । ଏଭଳି ସ୍ଥିତିରେ ବଜାରକୁ ଗୁଟଖା ଆସି ପାରୁନଥିବାରୁ ଦରଦାମ ବଢିବାରେ ଲାଗିଛି । ଏବେ ୫ ଟଙ୍କାର ଗୁଟଖାକୁ ଦୋକାନି ମାନେ ୮ ରୁ ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଗୁଟଖାର ଚାହିଦା ରହିଥିବାରୁ ଅହେତୁକ ଦରଦାମ ବୃଦ୍ଧି ପାଉଛି । ଏହାର ସୁଯୋଗ ନେଇ ଜୋଙ୍କ ଥାନା ଖରିଆରରୋଡର ପାଉଁରୁଟି ବ୍ୟବସାୟୀ ସରୋଜ ମହାନ୍ତି(୫୩) ଏକ ମାରୁତି ଭ୍ୟାନ(ଓମିନି) ପାଉଁରୁଟି, ପାଣି ବୋତଲ ଭିତରେ ଗୁଟଖାକୁ ଲୁଚାଇ ନୂଆପଡ଼ା ସହର ଭିତରେ ଦୋକାନ ମାନଙ୍କୁ ଯୋଗାଇ ଆସୁଥିଲେ । ଏହି ଖବର କୌଣସି ସୂତ୍ରରୁ ସଦର ପୁଲିସ ଖବର ପାଇଥିଲା । ଆଜି ସକାଳେ ପାଉଁରୁଟି ବ୍ୟବସାୟୀ ସରୋଜ ମହୁଲଭଟା ଛକ ନିକଟରେ ଏକ କିରାନା ଦୋକାନରେ ପାଉଁରୁଟି ଓ ପାଣି ବୋତଲ ସପ୍ଲାଏ କରୁଥିଲେ । ଏହି ସମୟରେ ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡଙ୍କ ତତ୍ୱାବଧାନରେ ଏକ ପୁଲିସ ଟିମ ଚଢାଉ କରି ମାରୁତି ଭ୍ୟାନରୁ ବହୁ ପରିମାଣର ଗୁଟଖା ଜବତ କରିଥିଲେ । ଗାଡିକୁ ଥାନାକୁ ଆଣି ତଦନ୍ତ କରିବାରୁ ସଫଳ ୧୯ ପ୍ୟାକେଟ, ପାନବାହାର ୯, ପାନ ପସନ୍ଦ ୮, ବିମଲ ୫, ରାଜଶ୍ରୀ ୩, ବ୍ଲାକ ଲେବଲ ୨୫ ପ୍ୟାକେଟ ଗୁଟଖା ସହ ରାଜା ଛାପ ଖଇନି ୧୦, ବନଦୁର୍ଗା ଛାପ ଖଇନି ୧ ପ୍ୟାକେଟକୁ ପୁଲିସ ଜବତ କରିଥିଲେ । ବେଆଇନ ଗୁଟଖା ଚାଲାଣ ଅଭିଯୋଗରେ ମାରୁତି ଭ୍ୟାନ(ସିଜି ୦୪ ହେଡି ୧୬୪୩)କୁ ପୁଲିସ ଜବତ କରିବା ସହ ପାଉଁରୁଟି ବ୍ୟବସାୟୀ ସରୋଜ ଓ ଜୋଙ୍କ ଥାନା ଖରିଆରରୋଡ ସହର ୱାଡ ନଂ ୧୩ର ଗାଡ ଚାଳକ ରଘୁ ଜାନୀ(୨୮)ଙ୍କୁ ପୁଲିସ ଗିରଫ କରିଥିଲା । ପାଉଁରୁଟି ବ୍ୟବସାୟୀ ଓ ଗାଡି ଚାଲକଙ୍କ ନାମରେ ମାମଲା ରୁଜୁ କରି ନୋଟିସ ଦେଇ ଜାମିନରେ ଛାଡି ଦେଇଥିବା ଆଇଆଇସି ଶ୍ରୀ ମହାକୁଡ ସୂଚନା ଦେଇଛନ୍ତି ।   

0
0
0
s2sdefault