ହେଡଲାଇନସ୍:

ସୋହେଲାର ଶ୍ରୀ ଶ୍ରୀ ମାଁ ଗୌରିଦେବୀ ଟ୍ରଷ୍ଟ  ବଢ଼ାଇଲା ସହାୟତାର ହାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିଏମ କରୋନା ରିଲିଫ ଫଣ୍ଡକୁ ପ୍ରଦାନ କଲା ଲକ୍ଷେ ଟଙ୍କା

 ସୋହେଲା(ଶାସକ ପ୍ରଶାସକ)  :- ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ଅନବରତ ଭାବରେ ଲୋକେ ଓ ବିଭିନ୍ନ ଅନୁଷ୍ଠାନ ସହାୟତା ରାଶି ପ୍ରଦାନ କରିଆସୁଛନ୍ତି | ଏହି କ୍ରମରେ ଆଜି ସୋହେଲାର ଶ୍ରୀ ଶ୍ରୀ ମାଁ ଗୌରିଦେବୀ ଟ୍ରଷ୍ଟ  ତରଫରୁ ସୋହେଲା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟର ସଭାପତି, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ କାର୍ଯକାରୀ ସଭାପତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ସଂପାଦକ ଲଳିତ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କାର ଚେକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କୁ ପ୍ରଦାନ କରିଥିଲେ । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଙ୍କର ନିର୍ଦ୍ଦେଶ କୁ ପାଳନ କରି ଆମେ ଏହି ମହାମାରୀ କବଳରୁ ରକ୍ଷା ପାଇ ପରିବା ବୋଲି ଉପଜିଲ୍ଲାପାଳ ପ୍ରକାଶ କରିବା ସାହିତ ମାଁ ଗୌରୀ ଦେବୀ ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । 

0
0
0
s2sdefault