ହେଡଲାଇନସ୍:

ଦିବସଙ୍କ ଅନୁରୋଧ ପରେ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ତେଲେଙ୍ଗାନା ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଏହି ଯୁବକ ମାନେ କେ କେନ୍ଦ୍ରାପଡା ଆଳି ଅଂଚଳର | ଲକଡାଉନ ଫଳରେ ତେଲେଙ୍ଗାନାର ହାଇଦ୍ରାବାଦ ନିକଟବର୍ତ୍ତୀ ପେରାଞ୍ଚେରୁ ବସ ଷ୍ଟାଣ୍ଡ,ବନ୍ଦୁଳୁଗୁଡା ଜଗିର ନିକଟରେ ଫସିରହିଥିଲେ | ଖାଇବାକୁ ନ ପାଇ ସମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଅନୁରୋଧ କରିଥିଲେ | ଓଡ଼ିଶା ସରକାରଙ୍କ ହେଲ୍ପଳାଇନ ନମ୍ବର କୁ ଲଗେଇ ହତାଶ ହେଇଥିବାରୁ ସେମାନେ ଭିଡ଼ିଓ ଜାରିକରିଥିଲେ | ଉକ୍ତ ଭିଡ଼ିଓ ଟି ବରଗଡ଼ ଜିଲ୍ଲା ବିଜେପୁର ନିବାସୀ ଦିବସ କୁମାର ସାହୁଙ୍କ ନଜରରେ ପଡ଼ିଥିଲା | ସେ ତୁରନ୍ତ ଦିଆଯାଇଥିବା ନମ୍ବର କୁ ଯୋଗାଯୋଗ କରି ପ୍ରତିଶ୍ରୁତି ଦେଇଥିଲେ |ଏହାପରେ ଟ୍ୱିଟର ମାଧ୍ୟମରେ ତେଲେଙ୍ଗାନା ସରକାର ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ | ଓଡ଼ିଶା ସରକାର ଠୁଁ କୌଣସି ପ୍ରତ୍ୟୁତ୍ତର ଆସିନଥିବା ବେଳେ ତେଲେଙ୍ଗାନା ସରକାର ସହାୟତା ର ହାତ ବଢ଼େଇଥିବା ସୂଚନା ମିଳିଛି |

ଏହି ଭିଡ଼ିଓଟି ସାମାଜିକ ଗଣାମାଧ୍ୟମରେ ପାଇବା ପରେ ଦିବସ ଅଂଟା ଭିଡ଼ିଥିଲେ ତେଲେଙ୍ଗାନାରେ ଫସିଥିବା କେନ୍ଦ୍ରାପଡ଼ାର ଯୁବକମାନଙ୍କ ସହାୟତା ପାଇଁ |

0
0
0
s2sdefault