ହେଡଲାଇନସ୍:

  ଶ୍ରୀରାମ ନବମୀ ଯାତ୍ରାର ଦିତୀୟ ସନ୍ଧ୍ୟା : ଶ୍ରଦ୍ଧାଳୁଙ୍କ ବିନା ଦର୍ଶନରେ ପ୍ରଭୁଙ୍କ ତାଡ଼କା ବଧ ବେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :  ଚୈତ୍ର ଶୁକ୍ଲପକ୍ଷ ବାସନ୍ତୀକ ଦଶମୀ ତିଥି ଶ୍ରୀରାମ ନବମୀ ଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ତାଡ଼କା ବଧ ବେଶ ଅନୁଷ୍ଠିତ  ହୋଇଥିଲା । କରୋନା ପ୍ରଭାବ ଯୋଗୁଁ ସାଧାରଣରେ ଦର୍ଶନ ମନାଥିଲେ ମଧ୍ୟ ଦୈନିକ ନୀତି  ସମାପନ ହୋଇଥିଲା ।

 ଧର୍ମରକ୍ଷା ନିମିତ୍ତ  ଭଗବାନ ବିଭିନ୍ନ ସମୟରେ ଧରାପୃଷ୍ଠରେ ଅବତାର ଗ୍ରହଣ କରିଥାନ୍ତି ।  ପରୁଷୋତମ ପ୍ରଭୁ ଶ୍ରୀରାମ ଜନ୍ମ ନେବା ପରେ ଅଳ୍ପ ବୟଷ ଓ ସ୍ୱଳ୍ପ ସମୟରେ ସମସ୍ତ ନିତୀ ନିୟମ ଓ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହୋଇଥିଲେ । ପିତା ଅଯୋଧ୍ୟା ନରେଶ ଦଶରଥ ଗୁରୁ ବିଶ୍ୱାମିତ୍ରଙ୍କ କଥା ଭାଙ୍ଗିନପାରି ଭୟ ଏବଂ ଆଶଂକାରେ ରାମ ଓ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ରଙ୍କ ସହ ଯିବାକୁ ଅନୁମତି ଦେଲେ । ମୁନୀରୁଷି ମାନଙ୍କର ଯଜ୍ଞକୁ ବାରମ୍ବାର ନଷ୍ଟଭ୍ରଷ୍ଟ କରି ଭୟ ସୃଷ୍ଟି କରୁଥିବା ତାଡ଼କା ଅସୁରୁଣୀକୁ କୋଦଣ୍ଡଧାରୀ ପଭୁ ଶ୍ରୀରାମ ବଧ କରିବା ପରେ ସେଠାରେ  ପୁନଃ ଧର୍ମ ପ୍ରତିଷ୍ଠା  ହୋଇ ପାରିଥିଲା ଓ ଋଷିମୁନି ମାନେ ତାଡକା ଅସୁରଙ୍କ ଦୌରାତ୍ମ୍ୟରୁ ମୁକ୍ତି ପାଇଥିଲେ । ମାନବ ସମାଜର ସୁରକ୍ଷା ପାଇଁ ବେଳେ ବେଳେ ମହାମାନବ ମାନଙ୍କୁ ଧରାପୃଷ୍ଠରେ ଜନ୍ମ ନେବାକୁ ପଡିଥାଏ । ଯାହା ରାମାୟଣ ପୈାରାଣିକ କଥାବସ୍ତୁରୁ ଜଣାପଡେ । 

0
0
0
s2sdefault