ହେଡଲାଇନସ୍:

ଲକ ଡାଉନ ଉଲ୍ଲଙ୍ଘନ:  ୩ ବାଇକ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ବିଜୟ ମଣ୍ଡପସାହି ମୁଣ୍ଡ ଆମ୍ବତୋଟାରେ ତାସ ଖେଳ ଉପରେ ଚଢାଉକରି ଓଡ଼ଗାଁ ପୋଲିସ ଘଟଣା ସ୍ଥଳରୁ ୩ଟି ବାଇକ ଜବତ କରିବା ସହିତ ଜଣକୁ ଅଟକ ରଖିଥିବା ଜଣା ଯାଇଛି ।  ବିଶେଷ ସୁତ୍ରରୁ ଖବର ପାଇ ଓଡ଼ଗାଁ ପୋଲିସ ଗୁରୁବାର ସନ୍ଧ୍ୟାରେ ଚଢାଉ କରିଥିଲେ । କରୋନା ପାଇଁ ଲକ ଡାଉନ  ଡାକରା ଦିଆଯାଇଥିବା ବେଳେ ଆଇନ ଉଲଙ୍ଘନକରି ଛାମୁସାହିର ବଂଶୀଧର ସାହୁଙ୍କ ସହିତ ଅନ୍ୟ ୪ଜଣ ତାସ ଖେଳୁଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଥିବା ଜଣାଯାଇଛି ।  

0
0
0
s2sdefault