ହେଡଲାଇନସ୍:

    ଲମ୍ବିଲା କରୋନାର ଚେର,  ସଂଖ୍ୟା ଛୁଇଁଲା ୨୦  : ଭୁବନେଶ୍ୱରରୁ ଭଦ୍ରକ ଭାୟା ପୁରୀ, କଟକ ଓ ଯାଜପୁର  |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)   ଆଜି ଗୋଟିଏ ଦିନରେ ୧୫ ଟି ନୂଆ କରୋନା କେଶ ମିଳିଛି | ଆଜି କରୋନା ରୋଗୀଙ୍କ ସଂଖ୍ୟା ୨୦ ଛୁଇଁଛି | ପୂର୍ବ ୫ଟି ଭୁବନେଶ୍ୱରରେ ସୀମିତ ଥିବା ବେଳେ ଆଜି ତାହା ଆଉ ୪ଟି ଜିଲ୍ଲାରେ ତାହାର ଉପସ୍ଥିତି ଜାହିର କରିଛି | ଆଜି  ୧୫ ଟି କେଶ ମଧ୍ୟରୁ ୭ଜଣ ହେଉଛନ୍ତି ପଞ୍ଚମ ରୋଗୀ ସୁର୍ଯ୍ୟନଗରର ପ୍ରଦୀପ ବାବୁଙ୍କ ସମ୍ପର୍କୀୟ ( ପତ୍ନୀ, ଝିଅ ଓଏ ଭଡାଟିଆଙ୍କ ମିଶାଇ), ୩ଜଣ ବମିଖାଲ, ଜଣେ କଟକ, ଜଣେ ପୁରୀ, ଜଣେ ଯାଜପୁର, ଓ ୨ଜଣ ଭଦ୍ରକର ବୋଲି ଜଣାପଡ଼ିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |   ଗୋଟିଏ ଦିନରେ ଏତେଜଣ ଓ ଅଧିକ ଜିଲ୍ଲାକୁ ବ୍ୟାପିବା ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଲୋକଙ୍କ ଭିତରେ ଟେନ୍ସନ ବଢ଼ାଇ ଦେଇଛି | 

0
0
0
s2sdefault