ହେଡଲାଇନସ୍:

ଉଦାହରଣ ପାଲଟିଲେ ଦୁଇ ଭାଇଭଉଣୀ ମନୀଷା ଓ ଅମନ : ସିଏମ ରିଲିଫ ଫଣ୍ଡକୁ ଦେଲେ ପକେଟ ମନି   

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କରୋନାର ମୁକାବିଲା  ପାଇଁ ଅଂଟା ଭିଡିଲା ସୋହେଲାସ୍ଥିତ ମାରୱାଡି ମହିଳା ମଣ୍ଡଳ

ସୋହେଲା(ଶାସକପ୍ରଶାସକ)-ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ମହାମାରୀ କରୋନାରୁ ଲୋକଙ୍କ ସୁରକ୍ଷିତ ରଖିବା ପାଇଁ ନାନା ପ୍ରକାର ପଦକ୍ଷେପ ନେଉଛନ୍ତି । ଅନେକ ସ୍ୱେଚ୍ଛାସେବୀ ସଂଗଠନ ତଥା ବଦାନ୍ୟ ବ୍ୟକ୍ତିମାନେ ସରକାରଙ୍କୁ ଅକୁଣ୍ଠ ଚିତରେ ଆର୍ଥିକ ସହାୟତାର ହାତ ବଢ଼ାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବରଗଡ ଜିଲା ସୋହେଲାସ୍ଥିତ ମାରୱାଡି ମହିଳା ମଣ୍ଡଳ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ମହିଳା ମଣ୍ଡଳର ସଭାନେତ୍ରୀ ମୀନାଦେବୀ ଅଗ୍ରୱାଲ ଓ ସଂପାଦିକା ଅଂଜୁଦେବୀ ଅଗ୍ରୱାଲଙ୍କ ନେତୃତ୍ୱରେ ମହିଳାମଣ୍ଡଳର ସଦସ୍ୟାମାନେ ସୋହେଲା ବିଡିଓ ବିଶ୍ୱରଂଜନ କରଙ୍କୁ କରୋନା ଭାଇରସର ମୁକାବିଲା  ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୩୦ହଜାର ଟଙ୍କା ଦାନ କରିଛନ୍ତି । ଏହି ଅବସରରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ,ମାରୱାଡି ଯୁବାମଂଚର ପୂର୍ବତନ ସଭାପତି ରାଜେଶ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳାମଣ୍ଡଳର ବୀଣାଦେବୀ ଅଗ୍ରୱାଲ,ପୁଷ୍ପାଦେବୀ ଅଗ୍ରୱାଲ,ସାରିକାଦେବୀ ଅଗ୍ରୱାଲ,କ୍ରିଷ୍ଣାଦେବୀ ଅଗ୍ରୱାଲ,ରାଧିକା ଅଗ୍ରୱାଲ,କମଳାଦେବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲ ।

ସେହିପରି ସୋହେଲା ବ୍ଲକ ବାଉଁସେନମୁରା ଗ୍ରାମର ରବି ପଧାନଙ୍କ ଝିଅ ମନୀଷା ଓ ପୁଅ ଅମନ ତାଙ୍କ ହାତଖର୍ଚ୍ଚ ପାଇଁ ସଂଚୟ କରି ରଖିଥିବା ୭ହଜାର ଟଙ୍କା ମହାମାରୀ କରୋନାର ମୁକାବିଲା କରିବା ପାଇଁ ବିଡିଓ ବିଶ୍ୱରଂଜନ କରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଫନୀ ସମୟରେ ମଧ୍ୟ ଦୁର୍ଗତମାନଙ୍କ ସହାୟତା ପାଇଁ ମନୀଷା ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ମନୀଷା ସୋହେଲା ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଭାଇ ଅମନ ଏହି ବିଦ୍ୟାଳୟରେ ଶିଶୁବୋଧରେ ପାଠ ପଢ଼ୁଛନ୍ତି । ଏହି କୁନି କୁନି ପିଲାଙ୍କ ବଦାନ୍ୟତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । 

 

0
0
0
s2sdefault