ହେଡଲାଇନସ୍:

କରୋନା ଚଡକ ବେଳେ ଅସହାୟଙ୍କ ପ୍ରତି ସମବେଦନାର ହାତ ବଢ଼ାଇଲେ ଶ୍ରୀକାନ୍ତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) -ସାରା ବିଶ୍ବ କରୋନା ଭୂତାଣୁ ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ସହ ଲଢେ଼ଇ ପାଇଁ ତାଳାବନ୍ଦକୁ ଭାରତରେ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ତାଳାବନ୍ଦ ଯୋଗୁଁ ଅତି ଆବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ଆଉ ଲୋକମାନେ ଏହି କାରଣରୁ ହଇରାଣ ହରକତ ହେଉଥିବା ବେଳେ ବର୍ତ୍ତମାନ ସମୟରେ ଖାଇବା ପାଇଁ ଅସହାୟ ,ଦିନମଜୁରିଆ ମାନଙ୍କ ପାଇଁ ଏକମାତ୍ର  ଚିନ୍ତା । ଆଉ ଏହି ତିରୋଟ ସମୟରେ ଏହି ଅସହାୟ ମାନଙ୍କ ପ୍ରତି ସମବେଦନାର ହାତ ବଢ଼ାଇଛନ୍ତି  ବିଜେପୁର ପଥର୍ଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ର । ଏହି ଅସମୟରେ ଗୁଣ୍ଡୁଚି ମୂଷା ସଦୄଶ ଶ୍ରୀ ମିଶ୍ର  ବିଜେପୁର ନିର୍ବାଚନ ମଣ୍ଡଳୀର ବଡ଼ବ୍ରାହ୍ମଣୀ ଓ ବେନିଆଚାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି | ଆଉ ସେଠାକାର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଳ,ଡାଲି,ଚୁଡା,ଚିନି ଓ ବିସ୍କୁଟ ପ୍ରଦାନ କରିଛନ୍ତି |  ଏହା ସହିତ କରୋନାର ମୁକାବିଲା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି । ପର୍ଯ୍ୟାୟକ୍ରମେ ବିଜେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ସମସ୍ତ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଝସକେତନ ଡ଼ନସନା, ଆଶାରାମ ଡ଼ନସନା, ପ୍ରଶାନ୍ତ ଡ଼ନସନା,ପୂର୍ଣ୍ଣଚନ୍ଦ୍ର ଭୋଇ,ବିକାଶ ସାହୁ, ଛବିନ୍ଦ୍ର ଷାଣ୍ଢ,ପିତାମ୍ବର,ଇନ୍ଦ୍ରଜିତ,ଅନି,ଭିମ,ଆନନ୍ଦ, ଭୋଜରାଜ,ସୁଦିପ୍ତ,ବିଜୟ,ନିର୍ମଳ,ପିତାମ୍ବର,ସୁଦାମ,ଧିରଜ,ଜୟନ୍ତ, ହେମସାଗର ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault