ହେଡଲାଇନସ୍:

 ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରିଷ୍ଠ ନାଗରିକ ସାବିତ୍ରୀ ଦେବୀ ଦେଲେ ୫୧,୦୦୦, ନବୋଦୟ ଶିକ୍ଷକ ରଶ୍ମିରଂଜନ ଦେଲେ ୫୦, ୦୦୦ 

ବରଗଡ (ଶାସକ ପ୍ରଶାସକ):- କୋରୋନା ମହାମରୀକୁ ମୁକାବିଲା କରିବା ପାଇଁ ଏବେ ସରକାରଙ୍କର ସହିତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟକ୍ତି ବ୍ୟକ୍ତିବିଶେଷ ଆଗେଇ ଆସିଛନ୍ତି । ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ନିଜ ନିଜ ସାଧ୍ୟମତେ ଲୋକଙ୍କ ସେବା କରିବାର ପ୍ରୟାସ ଜାରି ରଖିଛନ୍ତି । ଗତ କିଛିଦିନ ତଳେ ପାଇକମାଲ ବ୍ଲକ ମିଠାପାଲି ଗ୍ରାମର ଅବସର ପ୍ରାପ୍ତ ସେକ୍ସନ ଅଫିସର ଶ୍ରୀ ଖେତ୍ରୀ ଲୁହାର ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ନିଜର ତିନି ମାସର ପେନସନ ଦାନ କରି ଉଚ୍ଚ ପ୍ରଶଂସିତ ହେଇଥିଲେ । ଏହାପରେ ଆଜି ପାଇକମାଲ ରେ ଅବସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ସିନିଅର ସୋସିଆଲ ସାଇନ୍ସ ଶିକ୍ଷକ ଡ଼ା ରଶ୍ମିରଞ୍ଜନ ପଟ୍ଟନାୟକ 50,000(ପଚାଶ ହଜାର)ଓ ପାଇକମାଲ ନିବାସୀ ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ ଶ୍ରୀ ସୁରେଶ ଅଗ୍ରୱାଲଙ୍କର ମାତା ଶ୍ରୀମତୀ ସାବିତ୍ରୀ ଦେବୀ 51,000(ଏକାବନ ହଜାର) ଟଙ୍କାର ଚେକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ, ପାଇକମାଲ BDO ଶ୍ରୀ ସୁରେନ୍ଦ୍ର ମେହେର, ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଙ୍କର ଉପସ୍ଥିତରେ  ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବାରିହାଙ୍କୁ ପ୍ରଦାନ କରିଥିଲେ । ବର୍ତ୍ତମାନ ସାରା ବିଶ୍ୱ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି । ବର୍ତ୍ତମାନ ସମସ୍ତ ରାଜ୍ୟ ବସି ସମସ୍ତ କଟକଣା ମାନି ଚଳିବା ସହିତ ସରକାରଙ୍କୁ ସାଧ୍ୟମତେ ସହଯୋଗ କରନ୍ତୁ ବୋଲି ବିଧାୟକ କହିଛନ୍ତି ।

0
0
0
s2sdefault