ହେଡଲାଇନସ୍:

ଆଗକୁ ଦେଖିଲେ ଗାଈ ସିଙ୍ଗକୁ ଡର ପଛ କୁ ଦେଖିଲେ ଗାଈ ଲାଞ୍ଜକୁ ଡର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ଭାଇରସ ପାଇଁ ଅସ୍ତବ୍ୟସ୍ତ ଗରିବଙ୍କ ଜୀବନ, ଭେଳା ବୁଡିଗଲା ତରଭୁଜ ଚାଷୀଙ୍କର  

ସିନାପାଲି (ନିରାକାର ମେହେର) : ବିଶ୍ୱରେ କରୋନା ଭାଇରସ ଆତଙ୍କ କରୁଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି !ଏମିତି କି ଆମ  ଦେଶ ଭାରତ ରେ ଲକଡାଉନ ଯୋଗୁ ପ୍ରଭାବ ପଡିଛି ଗରିବ ନିରୀହ ଲୋକ ଙ୍କ ଉପରେ | ଯେଉ ମାନେ ନୀତିଦିନ କାମ କଲେ ଖାଇବାକୁ ପାଉଥିବା ପରିବାର ଙ୍କ ଉପରେ ପଡିଛି ପ୍ରଭାବ | ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଉରା ଗାଁ ରେ  | ଏହି ଗାଁ ର ଲୋକେ ଚାଷ ଉପରେ ଭରଷା କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଅଦିନିଆ ବର୍ଷା ଓ ଲକଡାଉନ ହେଇ ଏମାନଂକ ପାଇଁ କାଳ | ଏହି ଗାଁ ରେ ପ୍ରାୟ 22ଜଣ ଲୋକ ତରଭୁଜ ଚାଷ ରେ ନିଜ ପରିବାର ପୋଷଣ କରିଥାନ୍ତି !ଏହି ଗାଁ ର ଘୋରୋ ଭୋଇ, ରଘୁ ଭୋଇ, ଗଣପତି ଭୋଇ, ଦହନ ଭୋଇ, ସନ୍ତୋଷ ବନ୍ଦୀଚୋର, ଅଖିଳ କଟା, ସୀମାନ୍ କଟା, ହୁଦା କଟା, ଦୟା କଟା, ବୈଷ୍ଣବ କଟା, ଏମାନଂକୁ ଲକ୍ଷଧିକ ଟଙ୍କା ର କ୍ଷତି ସହିବାକୁ ପଡିଛି,| ଝାଳବୁହା ପରିଶ୍ରମ କରି ତରଭୁଜ ଚାଷ କରିଥିଲେ | ପରିଣତି ଏହା ଦଇବ ହେଲା ବଇରୀ ମାତ୍ର କିଛି କ୍ଷନ କ ପରେ ହେଲା ଓଲଟପାଲଟ !ଲକଡାଉନ ଯୋଗୁ  ବିକ୍ରି ହଉନି ତରଭୁଜ ଏପଟେ ଖୁଚୁରା ବ୍ୟବସାୟୀ ଆସୁନାହାନ୍ତି | କିଏ ବାହାରକୁ ଯାଇପାରୁନାହାନ୍ତି | ଆଗକୁ ଦେଖିଲେ ଗାଈ ସିଙ୍ଗକୁ ଡର ପଛ କୁ ଦେଖିଲେ ଗାଈ ଲାଞ୍ଜ କୁ ଡର | ଏପରି ସମସ୍ୟା ରେ ପଶି ଯାଇଛନ୍ତି ଗରିବନିରୀହ ଲୋକେ | ଏହିପରି ସମସ୍ୟା ରେ ସରକାର ଏହି ଗରିବ ଙ୍କ ଉପରେ ଦୃଷ୍ଟି ଗୋଚର କରିବା ପାଇଁ ଅନୁରୋଧ କରିଛନ୍ତି |

0
0
0
s2sdefault