ହେଡଲାଇନସ୍:

ସମସ୍ତ ନଳକୂପ ଅଚଳ ,କାଗଜ କଲମରେ ଚାଲିଛି ସ୍ୱଜଳଧାରା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଡି ଆସୁଛି ଗ୍ରୀଷ୍ମ : ଜଟେସିଂହାରେ ଶତାଧିକ ଲୋକ ପାଣି ପାଇଁ ଡହଲ ବିକଲ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଜଟେସିଂହା ଗ୍ରାମରେ ପାଣି ବୁନ୍ଦିଏ ପାଇଁ  ୪ ୱାର୍ଡର ଶତାଧିକ ଲୋକ ଡହଲ ବିକଲ ହେଉଛନ୍ତି । ଏବେଠାରୁ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଲାଣି । ଏହି ଗ୍ରାମରେ ଥିବା ସମସ୍ତ ନଳକୂପ ଦୀର୍ଘ ଦିନ ହେବ ଅଚଲ ଅବସ୍ଥା ପଡିରହିଛି । ଏପଟେ ମହାମାରୀ" କରୋନା" ଲକଡାଉନ୍ ସେପଟେ ପିଇବା ପାଣି ସମସ୍ଯା ରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାବୁପଡା ଜଗନ୍ନାଥ ମନ୍ଦିର ପାଖରେ ଥିବା ନଳକୂପ ଟି ଗାଁ ମଝିରେ ଥିବାରୁ, ଏଠାରେ ଦୁଇଟି ୱାର୍ଡ ର ଶତାଧିକ ପରିବାର ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି । ହେଲେ ଦୁଃଖ ବିଷୟ ଆଜିକୁ ଦୀର୍ଘ ଦିନ ହେବ ଏହି ନଳକୂପ ଟି ଅଚଲ ହୋଇ ପଡିରହିଛି । ସେହିପରି ମଝିପଡା ମାହେଶ୍ଵରୀ  ମନ୍ଦିର ପାଖ, ବାବୁପଡା ର ତିନୋଟି ନଳକୂପ,  ଅଗନୱଡି କେନ୍ଦ୍ର( କ) ନିକଟରେ ଥିବା ଦୁଇଟି ନଳକୂପ ପିଇବା ପାଣି ର ଉପଯୁକ୍ତ ଥିବାରୁ ଗାଁ ସମସ୍ତ ଜନସାଧାରଣ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି । ହେଲେ ଏହାବି ଅଚଳ ହୋଇଥିବାରୁ, ସ୍ଥାନୀୟ ଏକ କୂଅରୁ ପିପଦ ପୂର୍ଣ୍ଣ ଭାବେ ଦୂଷିତ ପାଣି ପିଉଛନ୍ତି । ଏ ନେଇ ଅନେକ ଥର ସ୍ଥାନୀୟ ସରପଞ୍ଚ ଙ୍କୁ ଜନସାଧାରଣ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ନଳକୂପ ଗୁଡିକୁ ମରାମତି ହୋଇନଥିବା ଅଭିଯୋଗ ହୁଏ । ଏଣୁ ଗ୍ରାମବାସୀ ଙ୍କ ଅସୁବିଧାକୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault