ହେଡଲାଇନସ୍:

ବ୍ରାହ୍ମଣ ସୀତାପୁର ଗ୍ରାମରେ କରୋନାର ସଚେତନତା : ଅଂଟା ଭିଡିଛନ୍ତି  ଅଙ୍ଗନବାଡି , ଆଶା ଓ ମହିଳା ମଣ୍ଡଳୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ କରୋନା ଭାଇରସ୍ ସଂକ୍ରମଣତା ଠାରୁ କିଭଳି ଦୁରେଇ ରହିବାକୁ ହେବ ସେଥିପାଇଁ ଗ୍ରାମର ଅଙ୍ଗନବାଡି କର୍ମୀ , ଆଶା ଓ ମହିଳା ମଣ୍ଡଳୀ ପକ୍ଷରୁ ପ୍ରତିଦିନ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସବୁ କରାଯାଉଛି ।

 ସମଗ୍ର ଭାରତରେ  କରୋନା ଭାଇରସ୍ ର  କଡା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସେହି ଦିନ ଠାରୁ ବ୍ରାହ୍ମଣ ସୀତାପୁର ଗ୍ରାମରେ ମଧ୍ୟ ଲକ୍ ଡାଉନ୍  ସମ୍ମାନର ପାଳନ କରାଯାଉଛି ।   ଗ୍ରାମର ପ୍ରବେଶ ପଥରେ ମା ଭବାନୀ ମିଶନ ଶକ୍ତି ମହିଳା ମଣ୍ଡଳୀର ସମସ୍ତେ ମିଶି ବାଡ଼ ପକାଇ ରାସ୍ତା ବନ୍ଦ କରିଛନ୍ତି । ବାହାରୁ କି ଭିତରୁ କାହାକୁ ଛଡା ଯାଉନି । ବାହାରି ଯେ କେହି ଭିତରକୁ ଆସିଲେ ସାବୁନ କି ହେଣ୍ଡ ୱାସ ଦ୍ୱାରା ହାତ  ଧୋଇବା ପରେ ହିଁ ଛଡା ଯାଉଛି ବୋଲି ମା ଭବାନୀ ମିଶନ ଶକ୍ତି ମହିଳା ମଣ୍ଡଳୀର ସଭାନେତ୍ରୀ  ପିଙ୍କି ସ୍ବାଇଁ କହିଥିଲେ ।

 ଗ୍ରାମରେ ଅଭିନବ ଉପାୟରେ ଅଙ୍ଗନବାଡି ଓ ଆଶା କର୍ମୀମାନେ ମିଶି  କରୋନା ସଂକ୍ରମଣ ଠାରୁ ନିଜକୁ ସଚେତନ  ଓ ସତର୍କ ହୋଇ କିଭଳି ସୁରକ୍ଷିତ ରହିବେ , ସେ ସମ୍ପର୍କରେ ଗ୍ରାମରେ ଘଣ୍ଟ ବଜାଇ  ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ , ପରେ ଲକ୍ ଡାଉନ୍ ସମୟରେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀକୁ ନିଶ୍ଚିତ ଭାବେ ପାଳନ କରିବା ପାଇଁ ରାଣ ପକାଇ ଶପଥ  କରାଇଥିଲେ  ।

  ପରେ ଗ୍ରାମବାସୀଙ୍କୁ ସାବୁନ କି ହେଣ୍ଡ ୱାସରେ  ହାତ କିଭଳି ଏବଂ କେତେ ସମୟ ଧୋଇବେ , ତାହା ଦେଖାଇ ବୁଝାଇ ଥିଲେ ।   ଗ୍ରାମର ମା ଭବାନୀ ମିଶନ ଶକ୍ତି ମହିଳା ମଣ୍ଡଳୀ ସଭାନେତ୍ରୀ ପିଙ୍କି ସ୍ବାଇଁ  ଓ  କଲ୍ୟାଣୀ ବଡମୁଣ୍ଡିଙ୍କ ନେତୃତ୍ୱରେ ଏକ ଦଳ ବାହାରି ଗ୍ରାମରେ ଘର ଘର ବୁଲି ସମସ୍ତଙ୍କୁ କୋରଣା ଭାଇରସ୍ ଠାରୁ ନିଜକୁ କିଭଳି ଦୁରେଇ ରଖିବେ , ବାହାରକୁ ବାହାରିବେ ନାହିଁ , ସାମାଜିକ ଦୂରତା ବଜାୟ ରଖିବେ , ହାତ ଧୋଇ ଖାଇବେ , ଜନ ଗହଳି ସ୍ଥାନକୁ ଯିବେ ନାହିଁ ଏବଂ କାଶ , ଛିଙ୍କ ଓ ଗଳା ଦରଦ ନ କମିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପ୍ରଭୃତି ଉପରେ ବୁଝାଇ ସଚେତନ କରାଇଥିଲେ ।  

 ଗ୍ରାମରେ ଥିବା ପ୍ରସୂତି ଓ ଗର୍ଭବତୀ ମହିଳାଙ୍କୁ ଛତୁଆ ବଣ୍ଟନ କରି କରୋନା ଉପରେ ସଚେତନ କରାଇବା ସହ କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ଯୋଗୁଁ ଗ୍ରାମର ବନ୍ଦ ରହିଥିବା ପ୍ରି-ସ୍କୁଲର ୩ ବର୍ଷରୁ ୬ ବର୍ଷ ବୟସର ପିଲା ମାନଙ୍କୁ  ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା , ମିନି ୱାର୍କର କେ.ବିଜୟ ଲକ୍ଷ୍ମୀ , ହେଲ୍ପର ପଦ୍ମାବତୀ ପ୍ରଧାନ ଏବଂ ଆଶା କର୍ମୀ ଏନ୍. ତ୍ରିବେଣୀ ପ୍ରମୁଖ  ନିୟମାବଳୀ ମେନୁ ଅନୁସାରେ ୨୫ ଦିନର  ଚାଉଳ , ଡାଲି , ଅଣ୍ଡା ଓ ଆଳୁ ପରିବା ପ୍ରଭୃତି ଯାଞ୍ଚ କମିଟିର  ଏନ୍.ଜଗନ୍ନାଥ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଘର ଘରକୁ ଯାଇ ପିଲା ମାନଙ୍କ ଅଭିଭାବକ ମାନଙ୍କୁ ଦିଆଯାଇଥିଲା ।   

କରୋନା ଭାଇରସ୍ର ସଂକ୍ରମଣତାକୁ ରୋକିବା ଏବଂ ଏଥିରୁ ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପକ୍ଷରୁ  ଲକ୍ ଡାଉନ୍ ଘୋଷଣା ହେବା ପରେ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଶୁନଶାନ ହୋଇ ପଡିଛି ।

 

0
0
0
s2sdefault