ହେଡଲାଇନସ୍:

ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନପାଲ୍ଲୀ/ନିରାକାର ମେହେର  -ନୂଆପଡା ଜିଲ୍ଲା ସିନାପାଲି ଅଂଚଳ ର ଅନେକ ଶ୍ରମିକ ଚେନ୍ନାଇ ରେ ଫସିଛନ୍ତି | ଲକ୍ ଡାଉନ ଘୋଷଣା ପରେ ସେଠାରେ ଥିବା ବିଭିନ୍ନ କମ୍ପାନୀ କାମ ବନ୍ଦ କରିଦେଇଥିବା ରୁ ସେମାନଙ୍କୁ ଖାଇବାପିଇବା ପାଇଁ ବହୁତ ଅସୁବିଧା ର ସମ୍ବୁଖିନ ହେବାକୁ ପଡୁଛି | ଟ୍ରେନ, ବସ ଚଲାଚଳ ବନ୍ଦ ହେଇଥିବା ରୁ ସେମାନଙ୍କୁ ଗାଁ କୁ ଫେରିପାରୁ ନାହାନ୍ତି | ସେଠାରୁ ସେମାଙ୍କୁ ଉଦ୍ଧାର କରିବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆ ରେ ଅନୁରୋଧ କରିଛନ୍ତି | ସିନାପାଲୀ ଅଂଚଳ ର ଭରୁ ଆମୁଣ୍ଡା ପଂଚାୟତ ର ଚଚରାଭାଟା ର 9 ଜଣ ଶ୍ରମିକ, ଗାଣ୍ଡବାହାଲି ପଂଚାୟତ  ମୁଣ୍ଡାପଲା ଗାଁ ର 5 ଜଣ ଶ୍ରମିକ ଙ୍କ ସମେତ କଳାହାଣ୍ଡି ଜିଲ୍ଲା ର 9ଜଣ ଚେନ୍ନାଇ ର କାଞ୍ଚିପୁରମ ଜିଲ୍ଲା କୋଳାପାକମ ସ୍ଥିତ ଟିଭିଏସ (ଜିଆରସି )କମ୍ପାନୀ ରେ କାମ କରୁଥିଲେ !କମ୍ପାନୀ କାମ ବନ୍ଦ ହେବା ପରେ ସମ୍ପୃକ୍ତ ଠିକାଦାର ମଧ୍ୟଅନ୍ୟତ୍ର ଚାଲିଗଲେ | ବର୍ତମାନ ସେମାନଙ୍କ ବୁଦ୍ଧିହିନ ହୋଇ ନିରୁପାୟ ହୋଇପଡିରହିଛନ୍ତି | ଆଜକୁ ତିନିଦିନ ହେଲା ଦିନକୁ ମାତ୍ର ଥରେ ଖାଇ ଦିନକାଟୁଛନ୍ତି | ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଉଦ୍ଧାର କରିବାପାଇଁ ନିବେଦନ କରିଛନ୍ତି  |

0
0
0
s2sdefault