ହେଡଲାଇନସ୍:

ଗାଁ ଗାଁ ରେ ଲକ୍ ଡାଉନ୍ ପ୍ରଭାବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଲକ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ନିଜ ଗାଁ କୁ କୋରନା ଭାଇରସ Covid 19 ରୁ ରକ୍ଷା କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ ଓ ଗ୍ରାମବାସୀ ମାନେ । ଅନାବଶ୍ୟକ ରେ ଗ୍ରାମ କୁ ଅନ୍ୟ ଗ୍ରାମର ଲୋକ ମାନଙ୍କୁ ପ୍ରବେଶ ନିଷେଧ କରୁଛନ୍ତି । ଗାଁ ମୁଣ୍ଡରେ ରହି ଲକ୍ ଡାଉନ୍ ନିୟମ କୁ ମାନିବାକୁ ସମସ୍ତଙ୍କୁ କହୁଛନ୍ତି । କେବଳ ଜରୁରୀ କାମ , ପନିପରିବା ଓ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଆସୁଥିବା ବ୍ୟକ୍ତି ଙ୍କୁ   ସାବୁନ୍ ରେ ହାତ ଧୋଇ ଗ୍ରାମ କୁ ଛାଡୁଛନ୍ତି । ହରଭଙ୍ଗା ବ୍ଲକ୍ ର ସାମ୍ପୋଚ ପଞ୍ଚାୟତ ର ଶ୍ୟାମସୁନ୍ଦର ପୁର , ଶଙ୍କୁଲେଇ ପଞ୍ଚାୟତ ର ରାଉତପଡା , ରାମଗଡ଼ ପଞ୍ଚାୟତ ର ଉଆଁଳ ଗ୍ରାମ , ତିଲେଶ୍ଵର୍ ପଞ୍ଚାୟତ ର ତାକୁଡ଼ ଆଦି ଗ୍ରାମରେ ଲକ୍ ଡାଉନ୍ ପ୍ରଭାବ ଓ ଗ୍ରାମ ବାସୀଙ୍କ ସଚେତନତା ଦେଖିବାକୁ ମିଳିଛି।

0
0
0
s2sdefault